୨୦୧୨ ମସିହା ‘୨ଜି ସ୍ପେକ୍ଟ୍ରମ’ ଆବଣ୍ଟନ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସଂଶୋଧନ ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଉକ୍ତ ରାୟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ନିଲାମ ଜରିଆରେ ସ୍ପେକ୍ଟ୍ରମ ସମ୍ବଳର ଆବଣ୍ଟନ କରାଯିବ। ୨୦୧୨ ରାୟରେ ମଧ୍ୟ ସୁପ୍ରିମକୋର୍ଟ ଉପା ସରକାରଙ୍କ ଅମଳରେ ବିଭିନ୍ନ କମ୍ପାନିକୁ ପୂର୍ବରୁ ପ୍ରଦାନ କରାଯାଇଥିବା ୨ଜି ସ୍ପେକ୍ଟ୍ରମକୁ ବାତିଲ କରି ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ପ୍ରାକୃତିକ ସମ୍ବଳର ହସ୍ତାନ୍ତର ବା ପୃଥକୀକରଣ କରାଯିବା ସମୟରେ ସରକାର ନିଲାମ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ। ଏଥିପାଇଁ ବ୍ୟାପକ ପ୍ରସାର କରାଯିବ ଯାହାଦ୍ବାରା ସମସ୍ତ ଯୋଗ୍ୟ ବ୍ୟକ୍ତି ଏଥିରେ ଭାଗ ନେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟରେ ସଂଶୋଧନ କରିବାକୁ କେନ୍ଦ୍ର ସରକାର ଏବେ ଯୁକ୍ତି ରଖିଛନ୍ତି ଯେ ଯଦି “ସରକାରୀ କାର୍ଯ୍ୟ କିମ୍ବା ଜନସ୍ୱାର୍ଥ” ପାଇଁ ସ୍ପେକ୍ଟ୍ରମ ଉଦ୍ଦିଷ୍ଟ ତାହା ପ୍ରଶାସନିକ ପ୍ରକ୍ରିୟା ମାଧ୍ୟମରେ ପ୍ରଦାନ କରାଯାଇପାରିବ। ସେହିଭଳି ଯଦି ବୈଷୟିକ କିମ୍ବା ଅର୍ଥନୈତିକ କାରଣରୁ ନିଲାମକୁ ପସନ୍ଦ କରାଯାଇ ପାରିବ ନାହିଁ ତାହେଲେ ତାହାକୁ ପ୍ରଶାସନିକ ଉପାୟରେ ଆବଣ୍ଟନ କରାଯିବ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post