ଚନ୍ଦ୍ରରେ ପାଦ ଦେଲା ଆମେରିକା
ଚନ୍ଦ୍ରରେ ପାଦ ଦେଲା ଆମେରିକା । ସଫଳ ହେଲା ଆମେରିକାର ମୁନ୍ ମିଶନ ।୫୨ ବର୍ଷ ପରେ ଚନ୍ଦ୍ରରେ ପାଦ ଥାପିଲା ଆମେରିକା। ଦକ୍ଷିଣ ମେରୁରେ ‘ଓଡିସିଏସ’ର ସଫ୍ଟ ଲ୍ୟାଣ୍ଡ ହୋଇଥିବା ଖବର ମିଳିଛି।ଚନ୍ଦ୍ରରେ ଓହ୍ଲାଇଲା ପ୍ରଥମ ଘରୋଇ ଲ୍ୟାଣ୍ଡର। ଏହି ଲ୍ୟାଣ୍ଡର ଚନ୍ଦ୍ରର ଜଳବାୟୁ ସଂପର୍କରେ ଅଧ୍ୟୟନ କରିବ ଏବଂ ତଥ୍ୟ ଦେବ।ଇଣ୍ଟୁଇଟିଭ ମେସିନ MI-1ରେ ରହିଛି ୬ଟି ପେଲୋଡ। ଆପୋଲୋ ୧୭ ମିଶନ ପରେ ଏହା ହେଉଛି ପ୍ରଥମ ଚନ୍ଦ୍ର ଅଭିଯାନ।୧୯୭୨ରେ ଶେଷ ଥର ଆମେରିକାରେ ମହାକାଶଚାରୀଙ୍କୁ ଓହ୍ଲାଇଥିଲା ଆମେରିକା। ୨୦୨୫-୨୬ରେ ଚନ୍ଦ୍ରରେ ପୁଣି ମଣିଷ ଓହ୍ଲାଇବାକୁ ଯୋଜନା କରିଛି ଆମେରିକା । ଆରମ୍ଭ ହୋଇଛି ଆର୍ଟେମିଜ୍ ମୁନ୍ ମିଶନ।