ଚନ୍ଦ୍ରରେ ଆସୁଛି ରାତି ବିକ୍ରମ ଏବଂ ପ୍ରଜ୍ଞାନ ରହିବେ ସ୍ଲିପ୍ ମୋଡରେ
ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି । ଚନ୍ଦ୍ରରେ ସୂର୍ଯ୍ୟର ଆଲୋକ କମ ହେବା କାରଣରୁ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଉଭୟଙ୍କୁ ସ୍ଲିପ ମୋଡରେ ରଖିବା ନେଇ ପ୍ରସ୍ତୁତି କରୁଛି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏହାର ଘୋଷଣା କରିଛନ୍ତି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଶନିବାର କହଛନ୍ତି ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରଯାନ-୩ର ରୋଭର ଏବଂ ଲ୍ୟାଣ୍ଡର ସଠିକ ଭାବେ କାମ କରୁଛି ଏବଂ ଯେହେତୁ ଚନ୍ଦ୍ରରେ ଏବେ ରାତି ହୋଇଯିବ ଏଥିପାଇଁ ଏହାକୁ ନିଷ୍କ୍ରିୟ କରାଯିବ । ସୋମନାଥ କହିଛନ୍ତି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏବେ ବି କାମ କରୁଛନ୍ତି । ୧୪ ଜୁଲାଇ ୨୦୨୩ରେ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୩ ଭାରତକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପାଖରେ ଏପରି କରିବରେ ପ୍ରଥମ ଦେଶ ବନିଥିଲା । ମିଶନର ପ୍ରାଥମିକ ଉଦ୍ଦେଶ୍ୟ ପାଣିର ଅନ୍ନେଶ୍ୱଣ କରିବା ଏବଂ ଚନ୍ଦ୍ର ପୃଷ୍ଠର ବିଶେଷତ୍ୱକୁ ଅଧ୍ୟୟନ କରିବା ଥିଲା ।