ଗୁଗୁଲ ପେ’ରେ ମିଳୁଛି ୫ ଲକ୍ଷ ଲୋନ୍‌ ! 

ଭାରତରେ ଡିଜିଟାଲ୍‌ ପେମେଣ୍ଟ୍‌ ସାରା ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି ହୋଇଛି । ଅନେକ ଗୁଡ଼ିଏ ଆପ୍‌ ଜରିଆରେ ଅତି ସହଜରେ ଗୋଟିଏ କ୍ଲିକ୍‌ରେ ବଡ଼ ବଡ଼ ପେମେଣ୍ଟ୍‌ କରି ପାରୁଛନ୍ତି ଲୋକେ । ଡିଜିଟାଲ୍‌ ପେମେଣ୍ଟ୍‌ ଯୋଗୁଁ ଲୋକଙ୍କୁ ଆଉ ସବୁବେଳେ ପାଖରେ ଟଙ୍କା ରଖିବାକୁ ପଡ଼ୁନାହିଁ ।ତେବେ ଏଭଳି ସବୁ ଡିଜିଟାଲ୍‌ ପେମେଣ୍ଟ୍‌ ମଧ୍ୟରୁ ଅନ୍ୟତମ ହେଉଛି ଗୁଗୁଲ ପେ’ ବା GPay । ବର୍ତ୍ତମାନ ଏଭଳି ସବୁ ଆପ୍‌ ଅନେକ ପ୍ରକାର କ୍ରେଡିଟ୍‌ ସେବା ଆରମ୍ଭ କରିଛନ୍ତି । ତେବେ GPayରେ ଛୋଟଛୋଟ ବ୍ୟବସାୟୀ ଅତି କମ୍‌ରେ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ପାଇ ପାରିବେ ।ଯଦି ଆପଣଙ୍କ ସିବିଲ୍‌ ସ୍କୋର୍‌ ଭଲ ରହିଛି ତେବେ ଏହାର ବ୍ୟବହାର କରି ଆପଣ ମାତ୍ର ୧୦ ମିନିଟ୍‌ରେ ଲୋନ୍‌ ପାଇ ପାରିବେ । ଯେକୌଣସି ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେଉଛି ଟଙ୍କା ରିସିଭ୍‌ କରିବା ହେଉ ଗୁଗୁଲ ପେ ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରିଛି । ତେବେ ନିକଟରେ GPay DMI Bankର ସହଭାଗିତାରେ ଏକ ନୂଆ ସର୍ଭିସ୍‌ ଲଞ୍ଚ୍‌ କରିଛି । ଏହାର ନାମ ହେଉଛି Apply Google pay instant ଲାଞ ୨୦୨୪ଏଭଳି ସର୍ଭିସ୍‌ ଜରିଆରେ ବ୍ୟାଙ୍କ ନଯାଇ ବିନା କୌଣସି ଦସ୍ତାବିଜ୍‌ରେ ୧୦ ମିନିଟ୍‌ ଭିତରେ ଅତି ସହଜରେ ପର୍ସନାଲ୍‌ ଲୋନ୍‌ ନେଇ ପାରିବେ । ଏଥିପାଇଁ କୌଣସି ଅତିରିକ୍ତ ସୁଧ ଦେବାକୁ ପଡ଼ିବ ନାହିଁ । ଯଦି ଆପଣଙ୍ କ୍ରେଡିଟ୍‌ ସ୍କୋର୍‌ ଭଲ ଅଛି ତେବେ ଆପଣଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କା ଋଣ ମିଳି ପାରିବ ।