ଗୁଗୁଲ ପିକ୍ସେଲ-8 ଏବଂ ପିକ୍ସେଲ-8 ପ୍ରୋ ଫୋନ୍ ଆସୁଛି
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗୁଗୁଲ ଫ୍ଲାଗସିପ୍ ଗୁଗୁଲ ପିକ୍ସେଲ-8 ଏବଂ ପିକ୍ସେଲ-8 ପ୍ରୋ ଫୋନ ଏବଂ ଓ୍ବାଚ -2ର ବଜାର ପ୍ରବେଶର ତାରିଖ ଘୋଷଣା କରିଛି। ଏହି ଦୁଇଟି ଫୋନ୍ ଅକ୍ଟୋବର ମାସ ୪ତାରିଖରେ ଲଞ୍ଚ୍ ହେବ। ପିକ୍ସେଲ ଫୋନର ଚାହିଦାକୁ ନେଇ କଂପାନି ଏହାକୁ ପୂଜା ଅବସରରେ ଲଂଚ କରିବାକୁ ଘୋଷଣା କରିଛି । କମ୍ପାନୀ ଗୁଗୁଲ ପିକ୍ସେଲ 8 ପ୍ରୋ, ପିକ୍ସେଲ 8 ଏବଂ ୱାଚ 2 କୁ ଏକ ନୂତନ ପ୍ରୋମୋ ଭିଡିଓରେ ପ୍ରକାଶ କରିଛି। ଯଦି ଆମେ ଗତ ବର୍ଷର ପିକ୍ସେଲ 7 ସିରିଜ୍ ଦେଖିବା ଏହା ତାହା ସହ ସମାନ ରହିଛି । ତେବେ ଏଥିରେ କିଛି ନୂଆ ଫିଚର ରହିଛି । ପିକ୍ସେଲ 8 ମଡେଲର ବ୍ୟାକ୍ ସାଇଡରେ ଦୁଇଟି କ୍ୟାମେରା ରହିଛି । ପ୍ରୋ ରେ 3ଟି କ୍ୟାମେରା ରହିଛି । ଏସବୁ ଭାରତରେ ମିଳିପାରିବ । ଗୁଗୁଲ୍ ପିକ୍ସେଲ୍ ୱାଚ୍ 2 ର ମଧ୍ୟ ଭଲ ଚାହିଦା ରହିବ । ଗୁଗୁଲ ‘ପିକ୍ସେଲ-7ର ଭଲ ଚାହିଦା ରହିଥିଲା । ଫୋନର ବିଶେଷତ୍ୱ ହେଉଛି ସ୍ନାପଡ୍ରାଗନ୍ ସହ ପୂର୍ବଭଳି ପ୍ରୋସେସର, ୪ଜିବି ରାମ୍, ଆଣ୍ଡ୍ରଏଡ୍ ଅପସନ ପାଇପାରବେ।