ଗୁଗଲ ଭାରତୀୟ ଗ୍ରାହକଙ୍କ ପାଇଁ ଏପରି ଏକ ସିଷ୍ଟମ ଲଞ୍ଚ କରିଛି, ଯାହା ସାହାଯ୍ୟରେ ଯଦି ଭୂକମ୍ପର କମ୍ପନ ଅନୁଭବ ହୁଏ ତେବେ ଫୋନ୍ ୟୁଜରଙ୍କୁ ଏହା ବିଷୟରେ ପୂର୍ବରୁ ସୂଚନା ମିଳିଯିବ । ଗୁଗଲର ଏହି ଫିଚର (ଆଣ୍ଡ୍ରଏଡ୍ ଆର୍ଥକ୍ବେକ୍ ଆଲର୍ଟ ସିଷ୍ଟମ୍) ଭାରତ ବାହାରେ ଥିବା ଅନ୍ୟ ଦେଶରେ ପୂର୍ବରୁ ମିଳୁଛି । ଗୁଗଲର ଏହି ଫିଚର ନ୍ୟାସନାଲ ଡିଜାଷ୍ଟର ମାନେଜମେଣ୍ଟ ଅଥୋରିଟି (NDMA) ଏବଂ ନ୍ୟାସନାଲ ସେସିମୋଲୋଜି ସେଣ୍ଟର (NSC)ସହିତ ପରାମର୍ଶ କରିବା ପରେ ଭାରତରେ ଅଣାଯାଉଛି । ଗୁଗଲର ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍ ସହିତ ୟୁଜରଙ୍କର ଫୋନ୍ ଏକ ଭୂକମ୍ପ ଡିଟେକ୍ଟରରେ ବଦଳି ଯିବ ।କମ୍ପାନୀ କହିଛି ଯେ ଯେତେବେଳେ ଆପଣଙ୍କ ଫୋନ୍ ଚାର୍ଜ ହେଉଥିବ ଏବଂ ହଲୁ ନଥିବ ଏହା ଭୂକମ୍ପର ପ୍ରଥମ ସଙ୍କେତକୁ ଅନୁଭବ କରିପାରିବ । ଆସନ୍ତା ସପ୍ତାହରୁ ଗୁଗଲର ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍ ବ୍ୟବହାର କରାଯାଇପାରିବ । ଫୋନରେ ଭୂକମ୍ପ ଆଲର୍ଟ ପାଇବା ପାଇଁ ଇଣ୍ଟରନେଟ୍ କନେକ୍ସନ ଆବଶ୍ୟକ ହୋଇଥାଏ । ଏହା ବ୍ୟତୀତ ଫୋନରେ ଲୋକେସନ ସେଟିଂ ମଧ୍ୟ ଯାଞ୍ଚ କରିବାକୁ ପଡିଥାଏ । Earthquake alerts କୁ ଟର୍ନ ଅନ କରିବା ପରେ ଏହି ସୁବିଧାର ବ୍ୟବହାର କରାଯାଇପାରିବ ।
Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Prev Post
Next Post