ଗୁଗଲ ଆକାଉଣ୍ଟ ହ୍ୟାକ କରୁଛନ୍ତି ହ୍ୟାକର୍ସ !
ମୋବାଇଲ, କମ୍ପ୍ୟୁଟର ଯୁଗରେ ଗୁଗଲ ଆକାଉଣ୍ଟ କୌଣସି କାମ କରିବା ଏକ ପ୍ରକାର ଅସମ୍ଭବ । ଫାଷ୍ଟ ଇଣ୍ଟରନେଟ୍ ଯୁଗ ଲୋକଙ୍କ ଯେତିକି ସୁବିଧା ଯୋଗାଇଛି, ସେତିକି ସମସ୍ୟାରେ ବି ପକାଇଛି । ଆଜିର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସାଇବର କ୍ରାଇମରୁ ବର୍ତ୍ତିବା । ଯେତେ ଅତ୍ୟାଧୁନିକ ସଫ୍ଟୱେର୍ ବିକଶିତ ହେଉଛି ସେତେ ନୂଆ ନୂଆ ସାଇବର ଅପରାଧ ସାମ୍ନାକୁ ଆସୁଛି । ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକ୍ କରିବା ପ୍ରତିଦିନ ନୂଆ ପ୍ରୟାସ କରୁଛନ୍ତି ହ୍ୟାକର୍ସ । ଏହି କ୍ରମରେ ଏକ ନୂଆ ଢଙ୍ଗରେ ୟୁଜର୍ସଙ୍କ ତଥ୍ୟ ନେବାକୁ ଚେଷ୍ଟା କରୁଛନ୍ତି ହ୍ୟାକର୍ସ ।