ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ
ଦୀର୍ଘ ଏକ ଘଣ୍ଟାର ପରେ ଆଶିଲା ଆଶ୍ବସ୍ତିକର ଖବର । ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ୍ । ଯାହାଫଳରେ ୟୁଜର୍ସଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଏହାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନାହିଁ ।ଏକ ଘଣ୍ଟା ପୂର୍ବରୁ ସୋସିଆଲ ମଡ଼ିଆ ୟୁଜର୍ସଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଥିଲା । ହଠାତ୍ କାମ କଲାନି ଫେସବୁକ୍ ଓ ଇନଷ୍ଟାଗ୍ରାମ। ଲକ୍ଷ ଲକ୍ଷ ID ବନ୍ଦ ହୋଇଯାଇଥିଲା। ଅଧିକାଂଶ ୟୁଜର୍ସଙ୍କ ପାଇଁ ଏହା ଏବେ ଏକ ସମସ୍ୟା ପାଲଟିଛି। ରିପୋର୍ଟ ଅନୁଯାୟୀ, ମେଟା ପ୍ଲାଟଫର୍ମ ୟୁଜର୍ସ ସେମାନଙ୍କ ଫେସବୁକ ଚଳାଇବାରେ ସକ୍ଷମ ହୋଇ ପାରୁ ନଥିଲେ, କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଠିକ୍ ହୋଇଛି ।ଏପର୍ଯ୍ୟନ୍ତ ଏହି ସମସ୍ୟାର କାରଣ ଜଣାପଡ଼ିନାହିଁ। ଏହା ମେଟାର ସର୍ଭର ବା ତା’ର ଉପକରଣ ସମ୍ବନ୍ଧିତ ହୋଇପାରେ। ତେବେ ଏହା ଉପରେ ମେଟା ମାଲିକାନା କିଛି ସୂଚନା ଦେଇ ନାହାଁନ୍ତି।ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅନେକ ଥର ଫେସବୁକ ଡାଉନ ହୋଇଯାଇଥିଲା ଡାଉନଡେଟେକ୍ଟରର ରିପୋର୍ଟ ଅନୁଯାୟୀ, ୟୁଜର୍ସମାନେ ଲଗଇନ୍, ଫଟୋରେ ବିଷୟବସ୍ତୁ ଡାଉନଲୋଡ୍ କରିବା ଏବଂ ଇନଷ୍ଟାଗ୍ରାମରେ ଭିଡିଓ ଡାଉନଲୋଡ୍ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।