ଖୁବଶୀଘ୍ର ଟେଲିକମ ବିଭାଗ ନୂଆ ସିରିଜ ଜାରି
ଦିନକୁ ଦିନ ବୃଦ୍ଧି ପାଉଥିବା ଫୋନ କଲ ସ୍କାମକୁ ଅଟକାଇବା ପାଇଁ ସରକାର ଏହି ପ୍ରସ୍ତୁତି କରୁଛନ୍ତି। ଟେଲିକମ ବିଭାଗ ଖୁବଶୀଘ୍ର ନୂଆ ନମ୍ବର ସିରିଜ ଜାରି କରିବ। ଏହାଉପରେ ଜୋରଦାର କାମ ଚାଲିଛି। ଏହି ନୂତନ ନମ୍ବର ମହଜୁଦ ଥିବା ଫୋନନମ୍ବର ଠାରୁ ପୁରାପୁରି ଭିନ୍ନ ରହିବ।ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ସରକାର ୧୬୦ ପ୍ରିଫିକ୍ସରୁ ଆରମ୍ଭ ହେଉଥିବା ନମ୍ବର ଜାରି କରିବେ। ଏହି ନମ୍ବର ସରକାରୀ କଲ, ଟେଲିକମ ରେଗୁଲେଟର କ୍ଷେତ୍ରରେ ଲାଗୁ ହେବ। ଏହି କ୍ଷେତ୍ରରେ ନମ୍ବର ୧୬୦ଏବିxxx ଫର୍ମାଟରେ ଆସିବ।ଜାରି ହେବାକୁ ଥିବା ନୂତନ ନମ୍ବରରେ ଏବି ଟେଲିକମ ସର୍କଲ କୋଡ ରହିବ। ଯେମିତି ଦିଲ୍ଲୀ ପାଇଁ ୧୧ ଓ ମୁମ୍ବାଇ ପାଇଁ ୨୨ ହୋଇଥାଏ। ଏହି କ୍ରମରେ ସି ଟେଲିକମ ଅପରେଟରର କୋଡ ହେବ ଓ xxxରେ ଶୂନ୍ୟରୁ ନଅ ପର୍ଯ୍ୟନ୍ତ ନମ୍ବର ରହିବ।ଏଥିସହିତ ଆରବିଆଇ, ସେବି ଓ ଆଇଆରଡିଏ ଭଳି ଅଥରିଟିର ନମ୍ବର ୧୬୦୧ଏବିxxx ଫର୍ମାଟରେ ହେବ।