ଏସି ପରି ଥଣ୍ଡା ଦେବ ନର୍ମାଲ ଫ୍ୟାନ
ବର୍ତ୍ତମାନ ଗରମ ଦିନ ଆରମ୍ଭ ହେଲାଣି । ସକାଳୁ ହେବା ମାତ୍ରେ ଗରମ ଅନୁଭୁତ ହେଉଛି । ଫ୍ୟାନ କି ଏସି ତଳୁ ଯିବାକୁ ଇଚ୍ଛା ହେଉନାହିଁ । କିନ୍ତୁ ଏସି ସବୁ ସ୍ଥାନରେ ଉପଲବ୍ଧ ନଥାଏ । କିନ୍ତୁ ଫ୍ୟାନ ସବୁଆଡେ ଦେଖିବାକୁ ମିଳିବ । ଫ୍ୟାନ ଏସି ଭଳି ଥଣ୍ଡା ଦେଇପାରିବନି ସତ କିନ୍ତୁ ଏପରି କିଛି ଟ୍ରିକ ଅଛି ଯାହାକୁ ଆପଣେଇଲେ ଥଣ୍ଡା ଲାଗିବା ସୁନିଶ୍ଚିତ ।ଗରମରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏସି ଦରକାର ନାହିଁ । ଏସି ପରି ଥଣ୍ଡା ପବନ ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ଫ୍ୟାନ୍ର କିଛି ପରିବର୍ତ୍ତନ କଲେ ଏସି ପରି ଥଣ୍ତା ପବନ ପାଇ ପାରିବେ।ଆପଣ ଆମାଜନ୍ରେ ୯୦୦ରୁ କମ୍ ମୂଲ୍ୟରେ ୱାଟର ସ୍ପ୍ରିଙ୍କଲର ଉପକରଣ କିଣି ପାରିବେ । ଏହି ଉପକରଣର ମୂଲ୍ୟ ୪୪୯୫ ଟଙ୍କା, କିନ୍ତୁ ଏହା ୮୦ ପ୍ରତିଶତ ରିହାତି ସହିତ ୮୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ରହିଛି । ଆମାଜନ୍ରେ ବିଭିନ୍ନ ବ୍ରାଣ୍ଡର ୱାଟର ସ୍ପ୍ରିଙ୍କଲର୍ ବିକ୍ରି ହେଉଛି ।ୱାଟର ସ୍ପ୍ରିଙ୍କଲର କେବଳ ଘରେ ନୁହେଁ ବଗିଚାରେ ମଧ୍ୟ ବ୍ୟବହୃତ ହୁଏ । କୃଷି ଉଦ୍ଦେଶ୍ୟରେ ସ୍ପ୍ରିଙ୍କଲର ମଧ୍ୟ ବ୍ୟବହାର କରାଯାଇପାରିବ । କିନ୍ତୁ ଏହି ଜିନିଷ କିଣିବା ପୂର୍ବରୁ ଆପଣ ସମସ୍ତ ବିବରଣୀ ଜାଣିବା ଉଚିତ୍ ।