ପ୍ରବଳ ଗରମ ଗୁଳୁଗୁଳିରୁ ମୁକ୍ତି ପାଇବାକୁ କିଛି ଲୋକ ଏକା ସାଙ୍ଗରେ ଫ୍ୟାନ୍ ଓ ଏସି ଚଲାଇ ଥାଆନ୍ତି । କିନ୍ତୁ କିଛି ଲୋକଙ୍କ ମତରେ ଏସି ଚାଲୁଥିବା ସମୟରେ ସିଲିଂ ଫ୍ୟାନ୍ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ସିଲିଂ ଫ୍ୟାନ୍ ଗରମ ପବନକୁ ତଳକୁ ଠେଲି ଥାଏ ।କିନ୍ତୁ ଯେତେବେଳେ ଏସି ସହିତ ଏକ ସିଲିଂ ଫ୍ୟାନ୍ ବ୍ୟବହୃତ ହୁଏ, ସେତେବେଳେ ଫ୍ୟାନ୍ କେବଳ କୋଠରୀରେ ବାୟୁକୁ ହିଁ ଠେଲିଥାଏ । ଏହାର ଏସି କିମ୍ବା ରୁମ୍ର ତାପମାତ୍ରା ଉପରେ ପ୍ରଭାବ ପକାଇ ନଥାଏ । ଅନେକ ସମୟରେ ଆପଣ ଏସି ଚଲାଇବା ସମୟରେ ଭୁଲ କରିଥାଆନ୍ତି । ଏହି ଭୁଲ ଆପଣଙ୍କ ପାଇଁ ସାମାନ୍ୟ ହୋଇଥାଇପାରେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ଆପଣଙ୍କ ଅଧିକ ବିଦ୍ୟୁତ୍ ବିଲ୍ର କାରଣ ହୋଇଥାଏ ।ଏସି ସହ ସିଲିଂ ଫ୍ୟାନ୍ ଚଲାଇବା ଦ୍ୱାରା ଏହା ରୁମ୍ରେ ଥିବା ଲୋକମାନଙ୍କୁ ଥଣ୍ଡା ଏବଂ ଆରାମ ପ୍ରଦାନ କରିଥାଏ । ଚାଲନ୍ତୁ ଜାଣିବା ସଠିକ କଥା କଣ ? ଅନେକ ଲୋକ ଅଭିଯୋଗ କରନ୍ତି ଯେ ଅଳ୍ପ ସମୟ ପାଇଁ ଏସି ସହ ସିଲିଂ ଫ୍ୟାନ୍ ଚାଲିଲେ ମଧ୍ୟ ବିଦ୍ୟୁତ୍ ବିଲ୍ ବହୁତ ଅଧିକ ଆସୁଛି । ତେଣୁ ସେମାନେ କମ୍ ଏସି ବ୍ୟବହାର କରିଥାଆନ୍ତି ।କିନ୍ତୁ ରୁମ୍ରେ ଥଣ୍ଡା ଯେପରି କମ୍ ନହୁଏ ସେଥିପାଇଁ ସମସ୍ତ ଝରକା ଏବଂ କବାଟକୁ ଯତ୍ନର ସହିତ ଭଲ ଭାବେ ବନ୍ଦ କରନ୍ତୁ । ଯେହେତୁ ବାହାରେ ଏସିର କମ୍ପ୍ରେସର୍ ଥାଏ ଆପଣ ହୁଏତ ଜାଣିପାରିବେ ନାହିଁ ଯେ ଆପଣଙ୍କର ଏସି ବନ୍ଦ ହୋଇନାହିଁ, କିନ୍ତୁ ବିଦ୍ୟୁତ୍ ବ୍ୟବହାର ଜାରି ରଖିଛି । ଏଭଳି ପରିସ୍ଥିତିରେ, ଏସି କମ୍ ବ୍ୟବହୃତ ହେଲେ ବି ବିଦ୍ୟୁତ୍ ବିଲ୍ ଅଧିକ ଆସିବ ବୋଲି ଆପଣ ଭାବୁଥିବେ ।ତେଣୁ ଆପଣ ବି ଯଦି ଏସି ସହିତ ଫ୍ୟାନ୍ ବ୍ୟବହାର କରୁଛନ୍ତି । ତେବେ ଏଥିରେ କୌଣସି କ୍ଷତି ନାହିଁ । ଆପଣଙ୍କୁ ଶୀଘ୍ର ଆରାମ ମିଳିବା ସହ ଆପଣଙ୍କ ବିଦ୍ୟୁତ୍ ଖର୍ଚ୍ଚ ବଞ୍ଚି ପାରିବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post