ଏବେ ବଜାର କୁ ଆସିବ ଭୋଲ୍ଟରନ୍ . ଭିଏମ ୧୦୦ ଇଲେକ୍ଟ୍ରିକ ସାଇକେଲ

ଏବେ ବଜାର କୁ ଆସିବ ଭୋଲ୍ଟରନ୍ . ଭିଏମ ୧୦୦ ଇଲେକ୍ଟ୍ରିକ ସାଇକେଲ

ମେଟ୍ରୋ ଟିଭି ଓଡିଶା,୨୩/୧ : ଦିନକୁ ଦିନ ବଢୁଥିବା ପେଟ୍ରୋଲର ଦାମକୁ ଦେଖି ସବୁ ଏବେ ଇଲେକ୍ଟ୍ରିକ ବାଇକର ବ୍ୟବହାର କରୁଛନ୍ତି । ସାଧାରଣ ଲୋକ ମଧ୍ୟ ଏହି ବାଇକ ପ୍ରତି ଆଗ୍ରହୀ ହେଉଛନ୍ତି । ଖର୍ଚ୍ଚ ମଧ୍ୟ କମ୍ ରହୁଥିବାରୁ ଏହାକୁ କିଣିବା ପାଇ ଲୋକ ମାନେ ବେଶି ପସନ୍ଦ କରୁଛନ୍ତି । ଏବେ ଇଲେକ୍ଟ୍ରିକ ବାଇକ ପରେ ଆସିଛି ଇଲେକ୍ଟ୍ରିକ ସାଇକେଲ , ଯାହା ଥରେ ଚାର୍ଜହେଲେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଏଥିରେ ଏଲଇଡି ଡିସପ୍ଲେ ସହିତ ଡିସ୍କ ବ୍ରେକ ଫିଚର୍ସ ମଧ୍ୟ ଦିଆଯାଇଛି।

ସୂଚନା ଅନୁସାରେ,ଏହି ସାଇକେଲର ଫ୍ରେମ୍ ଆଇରନ ଅଏଲରେ ତିଆରି କରାଯାଇଛି, ଯେଉଁଥି ପାଇଁ ବେଶ୍ ହାଲକା ମଧ୍ୟ। ଏହି ସାଇକେଲରେ ୧୪୦ କିଲୋ ପର୍ଯ୍ୟନ୍ତ ଓଜନ ନେଇ ଯିବାର ସକ୍ଷମ ରହିଛି। ଏଥିରେ ଗୋଟେ ଡିସପ୍ଲେ ସହିତ ଫୁଲ୍ ଏଲଇଡି ବ୍ୟାଟେରୀ ଇଣ୍ଡିକେଟର ମଧ୍ୟ ଦିଆଯାଇଛି। ଯାହା ଯୋଗୁଁ ଆପଣ ଜାଣିପାରିବେ ସାଇକେଲ କେତେ ଚାର୍ଜ ହୋଇଛି। ଏଥିରେ ୨୪ ଭୋଲ୍ଟର ୩୦AH ର ଲିଥିଅମ ବ୍ୟାଟେରୀ ଦିଆଯାଇଛି। ଯେଉଁଥିରେ ଫିକ୍ସ ବ୍ୟାଟେରୀ ଦିଆଯାଇଛି। ଏହି ବ୍ୟାଟେରୀ ଫୁଲ ଚାର୍ଜ ହେବାକୁ ୫ ଘଣ୍ଟା ସମୟ ଲାଗିଥାଏ। ଏଥିରେ ୧୦୦-୨୪୦ ଭୋଲ୍ଟର ଅଟୋମେଟିକ ସ୍ମାର୍ଟ ଚାର୍ଜିଂ ପ୍ଲଗ ଦିଆଯାଇଛି। ଆପଣ ଏହାକୁ ଘରର ସର୍କିଟରେ ଲଗାଇ ମଧ୍ୟ ଚାର୍ଜ କରିପାରିବେ। କମ୍ପାନୀ ଓ୍ଵବସାଇଟ୍ ମୁତାବକ, Voltron-VM୧୦୦ ସାଇକେଲ ଦାମ୍ ୫୫ ହଜାର ଟଙ୍କା ରହିଛି। ଯାହା ଡିସକାଉଣ୍ଟ ସହିତ ୩୯୨୫୦ ଟଙ୍କାରେ ମିଳୁଛି। ଏହାର ଟପ୍ ସ୍ପିଡ ୨୫ କିମି ପ୍ରତି ଘଣ୍ଟା ରହିଛି। ୨୪ ଭୋଲ୍ଟରେ ୨୫୦ ଓ୍ଵାଟର ମୋଟର ଲାଗିଛି, ଯାହା ଓ୍ଵାଟରପ୍ରୁଫ। ଏହାର ଫ୍ରଣ୍ଟରେ ଟେଲିସ୍କୋପ ସସପେନ୍ସନ ଦିଆଯାଇଛି।