ଏଆଇ କେତେ ବିପଜ୍ଜନକ ତାହା ଦର୍ଶାଉଛି ରିପୋର୍ଟ
ରୋଜଗାର ପାଇଁ ଏଆଇ ଟେକ୍ନୋଲୋଜି କେତେ ବଡ଼ ସଙ୍କଟ ହୋଇପାରେ ସେ ବିଷୟରେ ପ୍ରତିଦିନ ଖବର ଆସେ ।ଏହା ଲୋକଙ୍କ ଚାକିରି ଖାଇପାରେ । ସେହିଭଳି ଏକ ରିପୋର୍ଟ ବାହାରକୁ ଆସିଛି ଯେଉଁଥିରେ ଦାବି କରାଯାଇଛି ଯେ ଆଗାମୀ ଦିନରେ ସରକାରୀ କ୍ଷେତ୍ରର ୮୪ ପ୍ରତିଶତ ଚାକିରି ଏଆଇ ଶେଷ କରିପାରେ ।ଆଲାନ୍ ଟୁରିଂ ଇନଷ୍ଟିଚ୍ୟୁଟ୍ ଏହାର ରିସର୍ଚ୍ଚରେ ଏହି ଦାବି କରିଛି । ଏହି ସଂସ୍ଥା ନିଜର ସର୍ଭେରେ ୨୦୦ ସରକାରୀ ଚାକିରି ସାମିଲ କରିଥିଲା । ରିପୋର୍ଟ ଅନୁଯାୟୀ, ଏହି ସେବାଗୁଡିକ ଏପରି ଯେଉଁଥିରେ ମାନବ ଶ୍ରମ ନଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହାର ସରଳ ଅର୍ଥ ହେଉଛି ଏହି କାର୍ଯ୍ୟଗୁଡ଼ିକ ଏଆଇ ସାହାଯ୍ୟରେ କରାଯାଇପାରିବ । ଏହି ସଂସ୍ଥା ଏହାର ସର୍ଭେରେ ପାସପୋର୍ଟ ପ୍ରକ୍ରିୟାକରଣ, ଭୋଟ୍ ପଞ୍ଜୀକରଣ ଭଳି ସେବା ସାମିଲ କରିଛି ।ବ୍ରିଟିଶ ସରକାରଙ୍କ କାର୍ଯ୍ୟକାରିତା ସଂପର୍କରେ ଏହି ସର୍ଭେ କରାଯାଇଥିଲା । ଏଥିରେ ସରକାରୀ ଚାକିରିରେ ଏହି ସେବାଗୁଡିକ ସ୍ୱୟଂଚାଳିତ ହୋଇପାରିବ । ଏହି ସେବାଗୁଡିକ ୧୪.୩ କୋଟି କାରବାରକୁ ସାମିଲ କରେ