ଉଡ଼ନ୍ତା ଇଲେକ୍ଟ୍ରିକ ଟ୍ୟାକ୍ସି

‘ଇପ୍ଲେନ୍ କମ୍ପାନି’ ୨୦୨୫ ମାର୍ଚ୍ଚ ସୁଦ୍ଧା ଉଡ଼ନ୍ତା ଟ୍ୟାକ୍ସିର ଏକ ମଡେଲ ଆଣିବା ଯୋଜନା ରଖିଛି। ସହରାଞ୍ଚଳର ଟ୍ରାଫିକ୍‌ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। ଆଇଆଇଟି ମାଡ୍ରାସର ଇନକ୍ୟୁବେଟରରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଆଗାମୀ ଦିନରେ ଡ୍ରୋନ୍‌ର ବାଣିଜ୍ୟିକ ସେବା ଆରମ୍ଭ କରିବା ଲକ୍ଷ୍ୟ ବି ରଖିଛି। ଇପ୍ଲେନ୍ କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ସତ୍ୟ ଚକ୍ରବର୍ତ୍ତୀ କହିଛନ୍ତି, ଇଭିଟିଓଏଲ୍‌ (ଇଲେକ୍ଟ୍ରିକ ଭର୍ଟିକାଲ ଟେକଅଫ୍‌ ଆଣ୍ଡ୍‌ ଲ୍ୟାଣ୍ଡିଂ) ବିମାନର ବିକାଶ କରାଯାଉଛି। ଏହା ତିନିରୁ ଚାରି ସିଟର୍‌ ବିଶିଷ୍ଟ ହେବ। ଏହାକୁ ଏୟାର ଆମ୍ବୁଲାନ୍ସରେ ମଧ୍ୟ ରୂପାନ୍ତରିତ କରାଯାଇ ପାରିବ। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଆମେ ଏହାର ମଡେଲ ବିକାଶ କରିବା ଆଶା ରଖିଛୁ। ତେବେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ)ର ପ୍ରମାଣପତ୍ର ହାସଲ କରିବା ପାଇଁ ଏହାକୁ ଆଉ କିଛିବର୍ଷ ଲାଗିଯିବ ବୋଲି ଚକ୍ରବର୍ତ୍ତୀ କହିଛନ୍ତି