ଇତିହାସ ରଚିବ ଇସ୍ରୋ
ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ଣ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ । ୬ଜାନୁଆରୀରେ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ । ଗତ ୨ ସେପ୍ଟମ୍ବେରରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଏଥିରେ ୬ଟି ପେଲୋଡ ବ୍ୟବହାର କରାଯାଇଥିଲା । ଏହି ସମସ୍ତ ପେଲୋଡ ନିଜ ନିଜର ଭୂମିକା ସକ୍ରିୟ ଭାବେ ନିର୍ବାହ କରୁଥିବା ସୂଚନା ମିଳିଛି ।