ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ । ହୁଗୁଳି ନଦୀର ୩୨ ମିଟର ଗଭୀରରେ ଏହି ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଛି । ଏହି ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ଯାତ୍ରୀଙ୍କ ଯାତାୟାତର ସମୟ ହ୍ରାସ ପାଇବ ।ଏହା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହୋଇଥିବା ବେଳେ ଏହା ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । କୋଲକତା ମେଟ୍ରୋ ହାୱଡ଼ା ମୈଦାନ-ଏସପ୍ଲେନେଡ ଟନେଲ ଭାରତର କୌଣସି ନଦୀ ତଳେ ନିର୍ମାଣ ହୋଇଥିବା ପ୍ରଥମ ଟ୍ରାନ୍ସପୋର୍ଟ ଟନେଲ । କିଛିଦିନ ତଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକତା ମେଟ୍ରୋ ରେଳ ସେବାର ସମୀକ୍ଷା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ତାହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।ତେବେ ଏହି ଅଣ୍ଡର ୱାଟର ମେଟ୍ରୋ ସେବାର ଅନେକ ଖାସିୟତ ରହିଛି । ହୁଗୁଳି ନଦୀ ତଳେ ୫୨୦ ମିଟରର ଦୂରତାକୁ ଏହା ମାତ୍ର ୪୫ ସେକେଣ୍ଟରେ ଅତିକ୍ରମ କରିବ । ହାୱଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ୪.୮ କିମିର ରୁଟ ନିର୍ମାଣ କରାଯାଇଛି । ଏହି ରୁଟରେ ୪ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ହାୱଡ଼ା ମୈଦାନ, ହାୱଡ଼ା ଷ୍ଟେସନ, ମହାକରଣ ଓ ଏସପ୍ଲେନେଡ ହାୱଡ଼ା ଷ୍ଟେସନ ସାମିଲ ରହିଛି । ଏହା ଭୂମିଠାରୁ ୩୦ କିମି ତଳେ ନିର୍ମିତ ହୋଇଛି । ଏହା ବିଶ୍ୱର ସବୁଠାରୁ ମହଙ୍ଗା ମେଟ୍ରୋ ଷ୍ଟେସନ ଭାବେ ପରିଗଣିତ ହୋଇଛି ।
Trending
- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ
- ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ,ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଲେ ପାଟନା ଜିଲ୍ଲା ଜଜ୍
- ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ନିଜ ସ୍ତ୍ରୀକୁ ଛାଡ଼ି ଶାଶୁଙ୍କ ସହ କୋର୍ଟରେ ବାହା ହେଲେ ଜ୍ବାଇଁ
- ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପ
- ହଠାତ୍ ସୃଷ୍ଟିହୋଇଥିବା ବର୍ଷା ଓ ପବନ ଯୋଗୁଁ ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟରର ଜରୁରୀ ଅବତରଣ
- ମୁମ୍ବାଇ ବିମାନବନ୍ଦରରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ
- ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
Prev Post