ଆଜି ଭାରତକୁ କମ୍ବ୍ୟାକ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଚାଇନା କମ୍ପାନୀ Honor । ଆଜି ମଧ୍ୟାହ୍ନ ୧୨ ଟାରେ କମ୍ପାନୀ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ଜଣା ପଡ଼ିଛି । ମାଧବ ଶେଠଙ୍କ ନେତୃତ୍ୱରେ ଏହି ସ୍ମାର୍ଟଫୋନ ଲଞ୍ଚ କରାଯିବ । ସ୍ମାର୍ଟଫୋନର ଏଣ୍ଟ୍ରି ଗ୍ରାଣ୍ଡ କରିବା ପାଇଁ Honor ପୂର୍ବରୁ ହିଁ ମୋବାଇଲ ଫୋନର ଭିଡିଓ ସୋସିଆଲ ମିଡିଆରେ ସେୟାର କରିସାରିଛି । ମାଧବ ଶେଠ Honor 90ର ଏକ ଭିଡିଓ ଟ୍ଵିଟରରେ ସେୟାର କରିଥିଲେ ଯେଉଁଥିରେ ସେ ଫୋନର ସ୍କ୍ରିନରେ ଅଖରୋଟ୍ ଭାଙ୍ଗୁଥିବାର ଦେଖାଯାଇଥିଲା । କମ୍ପାନୀ ଦାବି କରିଛି ଯେ ଏହି ଫୋନ ଦୁନିଆର ସବୁଠାରୁ ସୁରକ୍ଷିତ ଫୋନ ହେବ । ଭାରତରେ ପ୍ରୋ ଭାରିଆଣ୍ଟ ଲଞ୍ଚ ହେବ ନାହିଁ । ସ୍ମାର୍ଟଫୋନରେ ଆପଣ 6.7 ଇଞ୍ଚ କଭର୍ AMOLED ଡିସପ୍ଲେ ସହିତ 120hz ର ରିଫ୍ରେସ୍ ରେଟ, 5000 mAh ବ୍ୟାଟେରୀ ସହିତ 66 ୱାଟର ଫାଷ୍ଟ ଚାର୍ଜିଂ ଏବଂ ସ୍ନାପଡ୍ରାଗନ୍ 7 ଜେନ 1 ଚିପସେଟର ସପୋର୍ଟ ପାଇବେ । ଫଟୋଗ୍ରାଫି ପାଇଁ ଫୋନରେ ଟ୍ରିପଲ୍ କ୍ୟାମେରା ସେଟଅପ ରହିବ ଯେଉଁଥିରେ 200MPର ପ୍ରାଇମେରୀ କ୍ୟାମେରା, 12MPର ଅଲଟ୍ରାୱାଇଡ୍ କ୍ୟାମେରା ଏବଂ 2MPର ଥାର୍ଡ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ଏକ 50MPର କ୍ୟାମେରା ମିଳିବ । ଅର୍ଥାତ ଏହି ଫୋନରେ ଦମଦାର ସେଲଫି ଆସି ପାରିବ ।ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 13ରେ କାମ କରିବ ଏବଂ ଫୋନର ସୁରକ୍ଷା ପାଇଁ ଆପଣଙ୍କୁ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମିଳିବ । ଲିକ୍ସ ହୋଇଥିବା ତଥ୍ୟ ଅନୁସାରେ ବିଶ୍ୱାସ କରାଯାଏ, କମ୍ପାନୀ ସ୍ମାର୍ଟଫୋନକୁ 2 ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିପାରିବ, ସେଥିମଧ୍ୟରୁ 8/256 ଜିବି ଏବଂ ଅନ୍ୟଟି 12/512 ଜିବି ରହିବ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post