ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌ ମସ୍କ

ଏଣିକି ମାସିକ ଟଙ୍କା ଦେବାକୁ ପଡିବ ଏକ୍ସ ବ୍ୟବହାର କରୁଥିବା ୟୁଜରଙ୍କୁ । ମାସକୁ ମାସ ଏଣିକି  ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌ ମସ୍କ। ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ସିଧା ପ୍ରସାରିତ ବାର୍ତ୍ତାଳାପରେ ଏକ୍ସ ମାଲିକ ମସ୍କ ସୂଚନା ଦେଇ କହିଛନ୍ତି ଯେ ଏହି ସାମାଜିକ ନେଟଓ୍ଵାର୍କ ପ୍ଲାଟଫର୍ମ ଆଉ ମାଗଣା ବା ଦେୟମୁକ୍ତ ସାଇଟ୍‌ ହୋଇପାରିବ ନାହିଁ। କମ୍ପାନି ବର୍ତ୍ତମାନ ଏହାର ଏକ୍ସ ପ୍ରିମିୟମ ଉପଭୋକ୍ତାଙ୍କ ଠାରୁ ମାସିକ ୮ ଡଲାର ଆଦାୟ କରୁଛି। ଯାହା ସେମାନଙ୍କୁ ସେମାନଙ୍କ ପୋଷ୍ଟଗୁଡିକୁ ସମ୍ପାଦନା କରିବା, କମ୍‌ ବିଜ୍ଞାପନ ଦେଖିବା, ଲମ୍ବା ପୋଷ୍ଟ ଲେଖିବା ଏବଂ ସର୍ଚ ଏବଂ ବାର୍ତ୍ତାଳାପରେ ପ୍ରାଥମିକତା ମାନ୍ୟତା ଦେବାର କ୍ଷମତା ପ୍ରଦାନ କରୁଛି।