ଭାରତରେ ପ୍ରାୟ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିଛି ହ୍ବାଟ୍ସଆପ୍
ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍ ପକ୍ଷରୁ ସମୟ ସମୟରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏବେ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ପ୍ରାୟ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିଛି ହ୍ବାଟ୍ସଆପ୍। ବିଶେଷ କଥା ହେଉଛି ଏହି ସମସ୍ତ ଆକାଉଣ୍ଟ ଉପରେ ମେ’ ମାସରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମୁଦାୟ ୬୬,୨୦,୦୦୦ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଏଥି ମଧ୍ୟରୁ ୧୨,୫୫,୦୦୦ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି।
ଭାରତ ସରକାରଙ୍କ ଆଇଟି ନିୟମ ଅନୁଯାୟୀ, କମ୍ପାନୀଗୁଡ଼ିକୁ ପ୍ରତି ମାସରେ ସେମାନଙ୍କ ରିପୋର୍ଟ ଦାଖଲ କରିବାକୁ ପଡ଼ିଥାଏ। ଏଥିରେ କମ୍ପାନୀର ସମସ୍ତ ପ୍ରକାର ତଥ୍ୟ ଉପସ୍ଥାପନ କରାଯାଇଥାଏ। ଏଥିରେ ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ସେମାନେ ଅନେକ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ସେଗୁଡ଼ିକୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କୁହାଯାଇଛି ଯେ, ସେମାନଙ୍କୁ ୧୩ ହଜାରରୁ ଅଧିକ ଅଭିଯୋଗ ମିଳିଥିଲା, କିନ୍ତୁ ମାତ୍ର ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।