ବଜାରକୁ ଆସିଗଲା ସୋନି ରିଅନ୍ ପକେଟ୍ ୫ ଏସି

ଖରାରୁ ରକ୍ଷା ପାଇବା ପାଇଁ ବଜାରରେ ବିଭିନ୍ନ ଜିନିଷ ଉବଲବ୍ଧ। ଯାହା ଆପଣଙ୍କୁ ଖରାର ପ୍ରଭାବରୁ ରକ୍ଷା କରି ପାରିବ। ଏବେ ଏଭଳି ଏକ ପ୍ରକାର ଏସି ଆସି ଯାଇଛି, ଯାହାକୁ ଲକେଟ୍ ଭଳି ପିନ୍ଧି ବୁଲି ପାରିବେ।
ବଜାରରେ ଏଭଳି ଏକ ଏସି ହେଉଛି ସୋନି ରିଅନ୍ ପକେଟ୍ ୫ ଏସି। ଯାହାକୁ ଆପଣ ଲକେଟ୍ ଭଳି ପିନ୍ଧି ବାହାରକୁ ଯାଇ ପାରିବେ।କମ୍ପାନୀ ଏହି ଜିନିଷକୁ ପ୍ରଥମ ଥର ୨୦୧୯ରେ ଲଞ୍ଚ କରିଥିଲା। କମ୍ପାନୀ ଏହାକୁ ପରିବେଶ ନିୟନ୍ତ୍ରଣ ଡିଭାଇସ୍ ବୋଲି କହୁଛି। ଏଥିରେ ବିଭିନ୍ନ ପ୍ରକାର ସେନ୍ସର ଦିଆଯାଇଛି। ଯାହା ଦ୍ୱାରା ବ୍ୟବହାରକାରୀଙ୍କୁ ଉତ୍ତମ ଥଣ୍ଡା ମିଳି ପାରିବ। ଏଥିରେ ଉଭୟ ଉଷ୍ଣ ଓ ଥଣ୍ଡା ଉଭୟ ଫିଚର୍ ରହିଛି। ଏହା ଟ୍ୟାଗ୍ ସହ ଆସୁଛି, ଯାହା ରିମୋଟ୍ ସେନ୍ସର ଭଳି କାମ କରିବ। ଏହି ଡିଭାଇସ୍ ଆପଣଙ୍କ ଫୋନ୍ ସହ କନେକ୍ଟ ହୋଇ ପାରିବ। ସୋନି ଏହାକୁ କିଛି ଚୟନକାରୀ ମାର୍କେଟରେ ଲଞ୍ଚ କରିଛି। ଜାପାନରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୯ ହଜାର ଟଙ୍କା। ଭାରତରେ ଏଯାଏଁ ଏହା ଆସି ନାହିଁ। ମାତ୍ର ଭାରତୀୟ ମାର୍କେଟରେ ଏହାର ଅନ୍ୟ ବିକଳ୍ପ ରହିଛି। ନେକ୍ (ଗଳା) ଏସି। ଯାହାକୁ ଆପଣ ହେଡଫୋନ୍ ଭଳି ବେକରେ ପିନ୍ଧି ପାରିବେ। ବଜାରରେ ୧୦ ହଜାର ଟଙ୍କା ଠାରୁ ଆରମ୍ଭ କରି ୫୦ ହଜାର ପର୍ଯ୍ୟନ୍ତ ଏଭଳି ଏସି ମିଳି ଯାଉଛି। ଏହାକୁ ଆପଣ ଅନଲାଇନରେ କିଣି ପାରିବେ।