ଡିସେମ୍ବର ମାସର ପ୍ରଥମ ସପ୍ତାହରେ କମ୍ପାନୀ ଅଫିସିଆଲ ଭାବେ Redmi 13C ଲଞ୍ଚ କରିବାକୁ ଯାଉଛି । ଏହି ଫୋନକୁ ବିଶ୍ୱର ବିଭିନ୍ନ ବଜାରରେ ଲଞ୍ଚ କରାଯିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ଡେଟ ଘୋଷଣା କରିଛି । ସୂଚନା ଥାଉ କି ଏହି ଫୋନ୍ ଭାରତରେ ୬ ଡିସେମ୍ବରରେ ଲଞ୍ଚ ହେବ । କିନ୍ତୁ କେଉଁ ସମୟରେ ଲଞ୍ଚ ହେବ ତାକୁ ନେଇ କମ୍ପାନୀ ତରଫରୁ କିଛି ସୂଚନା ମିଳି ନାହିଁ ।ଭାଇରାଲ ହୋଇଥିବା ଏକ ଲିକ୍ ଅନୁଯାୟୀ ଭାରତରେ ଲଞ୍ଚ ହେବାକୁ ଥିବା Redmi 13C ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଭାରିଆଣ୍ଟ ସହିତ ସମାନ ହେବ । ତେଣୁ ମୂଲ୍ୟ ବ୍ୟତୀତ ଫୋନ୍ ବିଷୟରେ ସବୁକିଛି ଜଣା ପଡିପାରେ । ଏହାର ଅର୍ଥ ହେଉଛି ହ୍ୟାଣ୍ଡସେଟରେ ୬.୭୪ -ଇଞ୍ଚ HD + ଡିସପ୍ଲେ (୧୬୦୦ x ୭୨୦ ପିକ୍ସେଲ) ରହିବ, ଯେଉଁଥିରେ ୨୬୦ PPI ରହିବ । ପ୍ୟାନେଲ ୯୦ Hz ରିଫ୍ରେସ ରେଟ୍ ଏବଂ ୬୦୦ ନିଟ୍ସର ପିକ୍ ବ୍ରାଇଟନେସକୁ ସପୋର୍ଟ କରିବ ।
Trending
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
Prev Post
Next Post