NHAI, ଫାସଟ୍ୟାଗ୍ ମାଧ୍ୟମରେ ଟିକସ ସଂଗ୍ରହ ସମୟରେ ଯାତ୍ରୀଙ୍କୁ ହେଉଥିବା ଅସୁବିଧାରୁ ମୁକ୍ତ କରିବା ପାଇଁ ଟୋଲ ପ୍ଲାଜାରେ IT ବ୍ୟବସ୍ଥା ଏବଂ ହାର୍ଡ଼ୱେୟାର ନିୟୋଜନରେ ଏକ ବଡ଼ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ଏଜେନ୍ସୀ ଅଭିଜ୍ଞତା ଥିବା କମ୍ପାନୀଗୁଡ଼ିକୁ ସୁଯୋଗ ଦେବ । ଏହି କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା କମ୍ପାନୀକୁ ବାଧ୍ୟତାମୂଳକ ଭାବେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡାଇଜେସନ୍ ଟେଷ୍ଟିଂ ଏବଂ କ୍ୱାଲିଟି ସାର୍ଟିଫିକେଟ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରମାଣିତ ନିର୍ମାତାଙ୍କ ଠାରୁ କ୍ରୟ କରିବାକୁ ପଡ଼ିବ । NHAI ଏକ ଅଧିକାରିକ ବିଜ୍ଞପ୍ତିରେ କହିଛି କି ଗ୍ଲୋବାଲ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ(GNSS) ଆଧାରିତ ଜାତୀୟ ରାଜପଥରେ ଯାତ୍ରୀଙ୍କୁ ନ ଅଟକାଇ ଟୋଲ ସଂଗ୍ରହର ଉତ୍କୃଷ୍ଟ ଅନୁଭୂତି ଦେବ । ଟୋଲ ପରିଚାଳନା ପାଇଁ ଦାୟୀ NHAI ର ୟୁନିଟ୍ IHMCL ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ କାମ କରିବା ପାଇଁ କମ୍ପାନୀ ପାଖରେ ଏଣ୍ଟିନା ସହ RFID ରିଡର, ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର, ଟୋଲ ଲେନ୍ କଣ୍ଟ୍ରୋଲର ଏବଂ ଟୋଲ ପ୍ଲାଜା ସର୍ଭର ସହ ଏହାର ସମସ୍ତ ଉପକରଣ ପାଇଁ ପ୍ରମାଣପତ୍ର ଅନିବାର୍ଯ୍ୟ ହେବ । ଅପରପକ୍ଷରେ ସିଷ୍ଟମ ଇଣ୍ଟିଗ୍ରେଟରମାନଙ୍କୁ IHMCLକୁ ଏକ ପ୍ରତିଶ୍ରୁତି ଦେବାକୁ ପଡ଼ିବ ଯେ ଯଦି ସେମାନଙ୍କୁ ଦିଆଯାଇଥିବା ଉପକରଣ କାରଣରୁ କୌଣସି ଟୋଲ ପ୍ଲାଜରେ ତୃଟି ଦେଖାଦିଏ ତେବେ ପ୍ୟାନେଲକୁ ତୁରନ୍ତ ସସପେଣ୍ଡ କରିବା ସହ ଏହାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ଜବତ କରିବାକୁ ଏଜେନ୍ସୀର ଅଧିକାର ରହିଛି ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post