NHAI, ଫାସଟ୍ୟାଗ୍ ମାଧ୍ୟମରେ ଟିକସ ସଂଗ୍ରହ ସମୟରେ ଯାତ୍ରୀଙ୍କୁ ହେଉଥିବା ଅସୁବିଧାରୁ ମୁକ୍ତ କରିବା ପାଇଁ ଟୋଲ ପ୍ଲାଜାରେ IT ବ୍ୟବସ୍ଥା ଏବଂ ହାର୍ଡ଼ୱେୟାର ନିୟୋଜନରେ ଏକ ବଡ଼ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ଏଜେନ୍ସୀ ଅଭିଜ୍ଞତା ଥିବା କମ୍ପାନୀଗୁଡ଼ିକୁ ସୁଯୋଗ ଦେବ । ଏହି କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା କମ୍ପାନୀକୁ ବାଧ୍ୟତାମୂଳକ ଭାବେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡାଇଜେସନ୍ ଟେଷ୍ଟିଂ ଏବଂ କ୍ୱାଲିଟି ସାର୍ଟିଫିକେଟ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରମାଣିତ ନିର୍ମାତାଙ୍କ ଠାରୁ କ୍ରୟ କରିବାକୁ ପଡ଼ିବ । NHAI ଏକ ଅଧିକାରିକ ବିଜ୍ଞପ୍ତିରେ କହିଛି କି ଗ୍ଲୋବାଲ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ(GNSS) ଆଧାରିତ ଜାତୀୟ ରାଜପଥରେ ଯାତ୍ରୀଙ୍କୁ ନ ଅଟକାଇ ଟୋଲ ସଂଗ୍ରହର ଉତ୍କୃଷ୍ଟ ଅନୁଭୂତି ଦେବ । ଟୋଲ ପରିଚାଳନା ପାଇଁ ଦାୟୀ NHAI ର ୟୁନିଟ୍ IHMCL ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ କାମ କରିବା ପାଇଁ କମ୍ପାନୀ ପାଖରେ ଏଣ୍ଟିନା ସହ RFID ରିଡର, ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର, ଟୋଲ ଲେନ୍ କଣ୍ଟ୍ରୋଲର ଏବଂ ଟୋଲ ପ୍ଲାଜା ସର୍ଭର ସହ ଏହାର ସମସ୍ତ ଉପକରଣ ପାଇଁ ପ୍ରମାଣପତ୍ର ଅନିବାର୍ଯ୍ୟ ହେବ । ଅପରପକ୍ଷରେ ସିଷ୍ଟମ ଇଣ୍ଟିଗ୍ରେଟରମାନଙ୍କୁ IHMCLକୁ ଏକ ପ୍ରତିଶ୍ରୁତି ଦେବାକୁ ପଡ଼ିବ ଯେ ଯଦି ସେମାନଙ୍କୁ ଦିଆଯାଇଥିବା ଉପକରଣ କାରଣରୁ କୌଣସି ଟୋଲ ପ୍ଲାଜରେ ତୃଟି ଦେଖାଦିଏ ତେବେ ପ୍ୟାନେଲକୁ ତୁରନ୍ତ ସସପେଣ୍ଡ କରିବା ସହ ଏହାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ଜବତ କରିବାକୁ ଏଜେନ୍ସୀର ଅଧିକାର ରହିଛି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post