ଖୁବ ଶୀଘ୍ର ଇ-କମର୍ସ ସାଇଟଗୁଡ଼ିକରେ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏହି ସେଲରେ ଆପଣ ୧ ଲକ୍ଷ ଟଙ୍କା ଦାମର MacBook Air ମାତ୍ର ୫୩ ହଜାର ଟଙ୍କାରେ କିଣିବାର ସୁଯୋଗ ପାଇପାରିବେ । ଯଦି ଆପଣ ଏହି ଡିଲ୍ରେ MacBookକୁ କିଣି ନପାରନ୍ତି ତେବେ ଆପଣଙ୍କୁ ପୁଣି ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।ସୂଚନା ଥାଉ କି ଅକ୍ଟୋବର ୮ରୁ ଆମାଜନ୍ ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍ ଏବଂ ଫ୍ଲିପକାର୍ଟରେ ବିଗ୍ ବିଲିୟନ୍ ଡେଜ୍ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏହି ସେଲରେ ଆପଣଙ୍କୁ ବ୍ରାଣ୍ଡେଡ୍ ଆପଲ୍, ସାମସଙ୍ଗ୍ ସମେତ ଅନ୍ୟ କମ୍ପାନୀମାନଙ୍କର ପ୍ରଡକ୍ଟ ଊପରେ ଦମଦାର ଡିସକାଉଣ୍ଟ ମିଳିବ । ଯଦି ଆପଣ ବି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ MacBook Air ଉପରେ ମିଳୁଥିବା ସମସ୍ତ ଅଫର ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।ଇ-କମର୍ସ ସାଇଟ ଆମାଜନରେ ଆପଣ ଆପଲ ମାକବୁକ୍ ଏୟାରରେ ଆପଣ ଅଫର ପାଇ ପାରିବେ । ଏଠାରେ ଏହି MacBookର ଦାମ୍ ହେଉଛି ୯୯,୯୯୦ ଟଙ୍କା । କିନ୍ତୁ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ରେ ଆପଣ ଏହାକୁ ୬୨,୯୯୦ ଟଙ୍କାରେ କିଣି ପାରିବେ । ଯଦି ଆପଣଙ୍କର ଏସବିଆଇ ବ୍ୟାଙ୍କ କାର୍ଡ ଥିବ ତେବେ ଆପଣ ଏଥିରେ ୩,୭୫୦ ଟଙ୍କାର ଡିସକାଉଣ୍ଟ ପାଇ ପାରିବେ । ଏହା ବ୍ୟତୀତ ଆପଣ ୬,୨୪୧ ଟଙ୍କାର ଏକ୍ସଚେଞ୍ଜ ଅଫର ପାଇପାରିବେ । ଏହି ଭଳି ଭାବେ ଆପଣ ଏହି MacBookକୁ ୫୨,୯୯୯ ଟଙ୍କାରେ କିଣି ପାରିବେ ।