Infosysକୁ ବଡ଼ ଝଟକା

ଆସେସମେଣ୍ଟ ବର୍ଷ ୨୦୨୦-୨୧ ପାଇଁ ଆୟକର ବିଭାଗ କମ୍ପାନୀ ପାଇଁ tax demand ନୋଟିସ ଜାରି କରିଛି । ଏହି ଅପଡେଟ୍ ପରେ ଇନଫୋସିସ୍ ଶେୟାର ଉପରେ ନିବେଶକଙ୍କ ନଜର ରହିବ । ସୋମବାର ଶେୟାର ମାର୍କେଟର ବୃଦ୍ଧି ମଧ୍ୟରେ କମ୍ପାନୀର ଶେୟାରରେ ହ୍ରାସ ଦେଖିବାକୁ ମିଳିଥିଲା ।ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ଯେ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ତ୍ରୈମାସିକ ଏବଂ ଆର୍ଥିକ ବର୍ଷ ପାଇଁ ଇନଫୋସିସ୍ କମ୍ପାନୀ ନିଜର ଆର୍ଥିକ ବିବରଣୀ ଉପରେ ଏହି ନୋଟିସର ପ୍ରଭାବକୁ ମୂଲ୍ୟାଙ୍କନ କରୁଛି । ଏହା ସହ ଏହି ଆଦେଶ ବିରୋଧରେ ଆବେଦନ କରିବାକୁ ବିଚାର କରୁଛି । କହିରଖୁଛୁ ଆସେସମେଣ୍ଟ ବର୍ଷ ୨୦୨୦-୨୧ ପାଇଁ ଆୟକର ବିଭାଗ ପକ୍ଷରୁ କମ୍ପାନୀ ଉପରେ ୩୪୧ କୋଟି ଟଙ୍କାର tax demand ନୋଟିସ ଜାରି କରାଯାଇଛି । ଏହା ସହ Infosysର ଅନ୍ୟ ସହଯୋଗୀ କମ୍ପାନୀଗୁଡ଼ିକୁ ଆସେସ୍‌ମେଣ୍ଟ ବର୍ଷ ୨୦୧୪-୧୫ ବର୍ଷ ପାଇଁ ୧୫ କୋଟି ଟଙ୍କାର ରିଫଣ୍ଡ ଆଦେଶ ମିଳିଛି ।