ୟୁଟ୍ୟୁବ୍ ଠପ

ମାଇକ୍ରୋସଫ୍ଟ ପରେ, ବର୍ତ୍ତମାନ ୟୁଟ୍ୟୁବ୍ ମଧ୍ୟ କାମ ବନ୍ଦ କରିଦେଇଛି। ଅନେକ ୟୁଜର ସମସ୍ୟାରେ ପଡ଼ିଛନ୍ତି। ସେମାନେ ୟୁଟ୍ୟୁବ୍ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି। ଏହି ସମସ୍ୟା ସେମାବାର ଅପରାହ୍ନ ସାଢ଼େ ଗୋଟାଏରୁ ଆରମ୍ଭ ହୋଇଛି। ୟୁଟ୍ୟୁବ୍ ବ୍ୟବହାର କରୁଥିବା ଅଧିକାଂଶ ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଖବର ଅନୁଯାୟୀ, ୟୁଟ୍ୟୁବ୍ ଆପ୍ ଏବଂ ୱେବସାଇଟରେ ଭିଡିଓ ଦେଖିବାରେ ସମସ୍ୟା ଦେଖାଦେଇଛି। ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେଉନାହିଁ। ୟୁଟ୍ୟୁବ୍ ସର୍ଭରର ଅଭିଯୋଗ ଆସିବାକୁ ଲାଗିଛି। ଅପରାହ୍ନ ୩ଟା ୧୫ ସୁଦ୍ଧା ଏହି ସମସ୍ୟା ଆହୁରି ବୃଦ୍ଧି ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବ ବ୍ୟବହାର କରୁଥିବା ୪୩ ପ୍ରତିଶତ ୟୁଜର ଏନେଇ ଅଭିଯୋଗ କରିଛନ୍ତି। ୩୩ ପ୍ରତିଶତ ୟୁଜର ଭିଡିଓ ଅପଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ୨୩ ପ୍ରତିଶତ ୟୁଜର ୟୁଟ୍ୟୁବର ୱେବସାଇଟ୍ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି ।

ହଠାତ୍ ୟୁଟ୍ୟୁବ୍ କିପରି ଠପ୍ ହୋଇଛି। ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ୟୁଟ୍ୟୁବ ଏପର୍ଯ୍ୟନ୍ତ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ସପୋର୍ଟ ପେଜ୍‌ରେ ଏନେଇ କୌଣସି ସୂଚନା ସେୟାର କରିନାହିଁ। ୟୁଟ୍ୟୁବ୍ ସର୍ଭରରେ ତ୍ରୁଟି ଥାଇପାରେ ବୋଲି କୁହାଯାଉଛି ଯାହାର ଶୀଘ୍ର ସମାଧାନ ହେବ।

ୟୁଟ୍ୟୁବରେ ସମ୍ମୁଖୀନ ହେଉଥିବା ସମସ୍ୟା ଯୋଗୁ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟୁଇଟ୍ କରିବା ଆରମ୍ଭ କରିଛନ୍ତି। ଜଣେ ୟୁଜର୍ ଟୁଇଟ୍ କରି ଲେଖିଛନ୍ତି ଯେ ଭିଡିଓ ୟୁଟ୍ୟୁବରେ ପ୍ଲେ ହେଉନାହିଁ। ଅନ୍ୟ ଜଣେ ୟୁଟ୍ୟୁବ୍ ଟ୍ୟାଗ୍ କରି ଲେଖିଛନ୍ତି ଏଥିରେ ଭିଡିଓ ଅପଲୋଡ୍ ହେଉନାହିଁ। ୟୁଟ୍ୟୁବ୍ ସର୍ଭର ଡାଉନ୍ ହୋଇଥିବାରୁ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖାଦେଇଛି।