Fire-Boltt ଲଞ୍ଚ କଲା ମଜବୁତ୍ Bluetooth Calling ସ୍ମାର୍ଟଓ୍ଵାଚ
୮ ଦିନ ପର୍ଯ୍ୟର୍ନ୍ତ ଚାଲିବ ବ୍ୟାଟେରୀ
ଭାରତୀୟ ବଜାରରେ ନିଜର ସବୁଠାରୁ ଦମଦାର ଓ ମଜବୁତ ସ୍ମାର୍ଟଓ୍ଵାଚ୍ ଲଞ୍ଚ କରିଛି । ଦମଦାର ଫିଚର ସହ ଅସୁଥିବା ଏହି ସ୍ମାର୍ଟଓ୍ଵାଚର ନାଁ ହେଉଛି Fire-Boltt Armour smartwatch । ଲଞ୍ଚ ହୋଇଥିବା ଏହି ସ୍ମାର୍ଟଓ୍ଵାଚ୍ ବହୁତ ମଜବୁତ ଏବଂ ଷ୍ଟାଇଲିସ୍ ଥିବା ନଜର ଆସିଛି । ତେବେ ଆସନ୍ତୁ ଜାଣିବା ଏହାର ଦାମ ଏବଂ ଫିଚର୍ସ କଣ ରହିଛି ।Fire-Boltt Armour smartwatchରେ ଥିବା ମେଟାଲ କେସ୍ ଏବଂ ଷ୍ଟ୍ରଙ୍ଗ୍ ଗ୍ଲାସ୍ ଏହାକୁ କୌଣସି ପ୍ରକାର କ୍ଷତି ପହଞ୍ଚିବାରୁ ବଞ୍ଚାଇଥାଏ । ସ୍ମାର୍ଟ ୱାଚରେ ୧.୬ ଇଞ୍ଚର ସ୍କ୍ରିନ୍ ରହିଛି । ଏଥିର ରିଜୋଲ୍ୟୁସନ ୪୦୦ x ୪୦୦ ପିକ୍ସେଲ ଏବଂ ୬୦୦ ନିଟ୍ସର ବ୍ରାଇଟନେସ ରହିଛି । ଏଥିରେ ଏକ ବୁଲୁଥିବା କ୍ରାଉନ ଏବଂ ପାୱାର ବଟନ୍ ରହିଛି ଯାହା ଆପଣଙ୍କୁ ସ୍କ୍ରିନ୍ ନେଭିଗେଟ୍ ଏବଂ ଫଙ୍କସନ୍ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିବ । ସ୍ମାର୍ଟ ୱାଚ୍ ରେ ଏକାଧିକ ୱାଚ୍ ଫେସ୍ ଅପ୍ସନ୍ ଅଛି ଯାହା ଦ୍ୱାରା ଆପଣ ଆପଣଙ୍କର ବ୍ୟକ୍ତିଗତ ଲାଇଫ ଷ୍ଟାଇଲକୁ ଜାଣି ପାରିବେ ।