FASTag ରିଚାର୍ଜ୍‌ କରିବା ହେଲା ସହଜ

ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ପ୍ରଣାଳୀ ହେଉଛି FASTag । ଏହି ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ଭାରତରେ ଆଦୃତ ହୋଇପାରିଛି । ପୂର୍ବରୁ ଟୋଲ୍‌ ପାଇଁ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଥିଲା । ଏବେ ଆଉ ସେହି ସ୍ଥିତି ନାହିଁ ଏଣୁ ଟ୍ରାଫିକ ଜାମ ସ୍ଥିତିରୁ ବି ମୁକ୍ତି ମିଳିଛି ।ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ, 1949ର ଧାରା 35A ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍‌ (PPBL)କୁ FASTags ପାଇଁ ନୂତନ ସକ୍ରିୟତା କିମ୍ବା ରିଚାର୍ଜ ଆରମ୍ଭ କରିବାକୁ ବାରଣ କରିଛି ।ଫଳସ୍ୱରୂପ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସହିତ ଜଡିତ FASTag ଉପଭୋକ୍ତାମାନେ ଯଦି ସେମାନଙ୍କର ବାଲାନ୍ସ ଥାଏ ତେବେ ସେମାନଙ୍କ ଆକାଉଣ୍ଟ ବନ୍ଦ କରିବାକୁ ପଡିବ । ତେବେ ଟୋଲ୍‌ ପ୍ଲାଜାରେ କୌଣସି ବ୍ୟାଘାତ ନହେବା ପାଇଁ ଗାଡ଼ି ମାଲିକମାନେ ମାର୍ଚ୍ଚ ୧୫ ସୁଦ୍ଧା ଅନ୍ୟ ପ୍ରାଧିକୃତ ସେବା ପ୍ରଦାନକାରୀଠାରୁ ଏକ ନୂତନ FASTag ପାଇଁ ଆବେଦନ କରି ପାରିବେ ।