୧୫ ମିନିଟରେ ଫୁଲ୍ ଚାର୍ଜ ହୋଇଯାଉଛି ଫୋନ୍
ଅନ୍ୟତମ ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା Realme ଆଉ ଏକ ଦମଦାର ଫୋନ୍ ବଜାରକୁ ଆସିଛି । ବିଭିନ୍ନ କମ୍ପାନୀର ପ୍ରତିଦିନ ନୂଆ ନୂଆ ମଡେଲ୍ ସ୍ମାର୍ଟଫୋନ୍ ବଜାର ପ୍ରବେଶ ହେଉଥିବା ବେଳେ ଏବେ Realme ପକ୍ଷରୁ ରଗଡ ଫୋନ୍ ଆସିଛି । ଯାହାର ନାଁ ରହିଛି Realme GT5 । ଲଞ୍ଚ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା ରିଅଲମିର ଏହି ସ୍ମାର୍ଟଫୋନ୍ । ଏହାର ଲୁକ୍ ଏବଂ ଫିଚର୍ସ ଦମଦାର ରହିଥିବା ବେଳେ ବ୍ୟାଟେରୀ ମଧ୍ୟ ଚକିତ କରିବା ଭଳି ରହିଛି ।ସବୁଠାରୁ ବଡ କଥା ହେଉଛି ରିଅଲମିର ଏହି ମୋବାଇଲରେ ଦୁଇଟି ବ୍ୟାଟେରୀ ରହିଛି । ଯାହାକି ପୂର୍ବରୁ କେବେ କୌଣସି ମୋବାଇଲରେ ଦିଆଯାଇନଥିଲା । 240W ଫାଷ୍ଟ ଚାର୍ଜିଂ ବ୍ୟାଟେରୀ ରହୁଥିବା ବେଳେ ଗୋଟିଏ ବ୍ୟାଟେରୀ 4,600mAh ଏବଂ ଆଉ ଗୋଟିଏ 5,200mAhର ରହୁଛି । ଏହି ହ୍ୟାଣ୍ଡସେଟ୍ରେ 24GB RAM ଏବଂ 1TB ଷ୍ଟୋରେଜ୍ ରହିଥିବା ନେଇ ଚର୍ଚ୍ଚା ହେଉଛି । କ୍ୟାମରେ କଥା କହିବାକୁ ଗଲେ, 50 ମେଗାପିକ୍ସେଲ କ୍ୟାମେରା ରହିବ । ସେହିଭଳି 8MP ପୋଟ୍ରେଟ୍ କ୍ୟାମେରା ଏବଂ 2MP ମାଇକ୍ରୋ କ୍ୟାମେରା ରହିବ । ସେହିଭଳି ସ୍ମାର୍ଟଫୋନଣେ 16MP ସେଲଫୀ କ୍ୟାମରେ ମଧ୍ୟ ରହିଥିବା କୁହାଯାଉଛି । ତେବେ ମୋବାଇଲର ଦାମ କେତେ ରହିବ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇଛି ।