ହ୍ୱାଟ୍ସଆପ୍ର ବଡ଼ ଚେତାବନୀ
ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ କହିଛି ଯେ ଯଦି ମେସେଜ ଏନକ୍ରିପସନ ଭାଙ୍ଗିବାକୁ ବାଧ୍ୟ କରାଯାଏ ତେବେ ଏହା ଭାରତ ଛାଡିପାରେ । ଏନକ୍ରିପ୍ସନ୍ ମାଧ୍ୟମରେ ପଠାଯାଇଥିବା ଏକ ମ୍ୟାସେଜ୍ କେବଳ ପଠାଇଥିବା ଲୋକ ଏବଂ ପାଇଥିବା ଲୋକ ପଢ଼ିପାରିବେ । ହ୍ୱାଟ୍ସଆପର ଜଣେ ଓକିଲ ଦିଲ୍ଲୀର ଏକ ଅଦାଲତରେ କହିଛନ୍ତି ଯେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିଥାଏ । ବାସ୍ତବରେ ଭାରତ ସରକାରଙ୍କ ତରଫରୁ ମେସେଜିଂ ଆପରେ ହେଉଥିବା ଚାଟ୍ କୁ ଚିହ୍ନଟ କରିବା ସହ ପ୍ରଥମ ମ୍ୟାସେଜ ପଠାଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କମ୍ପାନୀକୁ ଦାବି କରାଯାଇଥିଲା ।ସୋସିଆଲ ମିଡିଆରେ ମିଥ୍ୟା ଖବର ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ ଯୋଗୁଁ ସମାଜରେ ଅସ୍ଥିରତା ଓ ହିଂସା ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି ବୋଲି ସରକାର କହିଛନ୍ତି । ତେଣୁ ମେସେଜ୍ ଏନକ୍ରିପ୍ସନ୍ ଜାରି କରିବାକୁ ସେ କଂପାନିକୁ ଦାବି କରିଛନ୍ତି । ଭାରତରେ ହ୍ୱାଟସଆପର ୫୦ କୋଟି ୟୁଜର ଅଛନ୍ତି । ଭାରତ ହେଉଛି ହ୍ୱାଟସଆପର ସବୁଠାରୁ ବଡ ବଜାର । ଭାରତ ସରକାରଙ୍କ ସହ ଆଇନଗତ ଲଢ଼େଇ ଜାରି ରଖି ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ପ୍ଲାଟଫର୍ମକୁ ଏହାର ମେସେଜ ଏନକ୍ରିପ୍ସନ୍ ଭାଙ୍ଗିବାକୁ ବାଧ୍ୟ କରାଯାଏ ତେବେ ସେ ଏହାର ଭାରତ କାର୍ଯ୍ୟ ବନ୍ଦ କରିଦେବେ ।