ଶୀତତାପ ସାମଗ୍ରୀ ଚାହିଦା ବୃଦ୍ଧି
ତାପମାତ୍ରା ବୃଦ୍ଧି ପାଇଥିବାରୁ ଆଗକୁ ମଧ୍ୟ କାରବାରରେ ଅଭିବୃଦ୍ଧି ସହ ବଜାରରେ ମଧ୍ୟ ସିଜନ ଶେଷ ସୁଦ୍ଧା କାରବାର ପ୍ରାୟ ୧୨%ରୁ ୧୫% ବୃଦ୍ଧି ଘଟିବ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ତାପମାତ୍ରା ଅଧିକ ରହିଥିଲାବେଳେ ବଜାରରେ କମ୍ପାନୀଗୁଡିକର ନୂତନ ଉତ୍ପାଦ ଓ ଅତ୍ୟାଧୁନିକ ସାମଗ୍ରୀ ସୁବିଧାରେ ମିଳୁଥିବାବେଳେ ଗ୍ରାହକଙ୍କ ଚାହିଦା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି। ଏପରିକି ଗତ ବର୍ଷର କାରବାରଠାରୁ ଚଳିତ ବର୍ଷ ବେଶ୍ ଉଚ୍ଚା ରହିବା ସହିତ କାରବାର ମଧ୍ୟ ଆଶାଠାରୁ ଅଧିକ ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।ସେହିଭଳି ୨୦୨୪ ଏପ୍ରିଲ ପ୍ରଥମ ସପ୍ତାହରୁ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଥିଲାବେଳେ ଆଗକୁ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାକୁ ନଜରରେ ରଖି ଆଶାୟୀ ଗ୍ରାହକମାନେ ମଧ୍ୟ ବଜାରରୁ ଏସି ଓ କୁଲର ଭଳି ପ୍ରମୁଖ ଶୀତତାପ ଉତ୍ପାଦ ସାଙ୍ଗକୁ ଫ୍ୟାନ ଓ ରେଫ୍ରିଜରେଟର ମଧ୍ୟ କ୍ରୟ କରୁଥିବା ବୈଦ୍ୟୁତିକ ସାମଗ୍ରୀ ବ୍ରିକେତା (ବ୍ୟବସାୟ) ମାନେ ମତପ୍ରକାଶ କରିଛନ୍ତି।