ଲଞ୍ଚ ହେଲା ନୂଆ ପଲିସି

X ପ୍ରଥମେ ଟ୍ୱିଟର ନାମରେ ପରିଚିତ ଥିଲା । ଯେବେଠାରୁ ଏହି ଆପର ମାଲିକାନା ଏଲନ ମସ୍କ ଗ୍ରହଣ କରିଛନ୍ତି, ସେବେଠାରୁ ଏଥିରେ ଅନେକ କିଛି ଜିନିଷ ବଦଳିଯାଇଛି । ବର୍ତ୍ତମାନ ଏକ୍ସ ପଲିସିରେ ଆହୁରି ପରିବର୍ତ୍ତନ ହୋଇଛି । ଯାହାପରେ ୟୁଜର୍ସ ଏହି ପ୍ଲାଟଫର୍ମରେ Adult Content ମଧ୍ୟ ପୋଷ୍ଟ କରିପାରିବେ । ଗତ କିଛିଦିନ ତଳେ ଏହି ପଲିସିକୁ ଲାଗୁ କରିବା ପାଇଁ ବହୁତ ଚର୍ଚ୍ଚା ହେଉଥିଲା । ତେବେ ବର୍ତ୍ତମାନ ଏହି ନୂଆ ପଲିସିକୁ ଲଞ୍ଚ କରାଯାଇଛି ।ଏକ୍ସ ନିଜ ଅଫିସିଆଲ ହ୍ୟାଣ୍ଡେଲ ‘X safety’ରେ ଟ୍ୱିଟ କରି ସୂଚନା ଦେଇଛି ଯେ, କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଏବଂ ଭାଓଲେଣ୍ଟ କଣ୍ଟେଣ୍ଟ ପଲିସି ଲଞ୍ଚ କରିଛି । ଏହି ଟ୍ୱିଟରେ ଏହା କୁହାଯାଇଛି ଯେ, ଆମେ ନିଜ ନିୟମରେ ଅଧିକ ସ୍ପଷ୍ଟତା ଆଣିବା ଏବଂ ସେହି ପ୍ଲାଟଫର୍ମର ଇମ୍ପପ୍ଲିମେଣ୍ଟେସନରେ ପାରଦର୍ଶୀତା ଆଣିବା ଲାଗି ଆଡଲ୍ଟ କଣ୍ଟେଣ୍ଟ ଏବଂ ଭାଓଲେଣ୍ଟ କଣ୍ଟେଣ୍ଟ ପଲିସିକୁ ଲଞ୍ଚ କରିଛୁ ।