ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ନେଇ ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ଅନୁମତି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଓ ଏବେ ଯୋଗାଯୋଗ କ୍ଷେତ୍ରରେ ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହିତ ପ୍ରତିଯୋଗିତା କରିବ । ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ ସେବା ବିତରଣ କରିବା ନେଇ ଅର୍ବିଟ କନେକ୍ଟ ଇଣ୍ଡିଆ ନାମକ ଏକ ଭେଞ୍ଚରକୁ ୩ଟି ମଞ୍ଜୁରୀ ମିଳିଥିବା ଜଣେ ସରକାରୀ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର (ଇନ-ସ୍ପେସ) ଦ୍ୱାରା ଏହି କ୍ଲିୟରାନ୍ସ ଏପ୍ରିଲ ଓ ଜୁନରେ ମିଳିଥିବା ବେଳେ ଭାରତ ଉପରେ ଉପଗ୍ରହକୁ ସ୍ଥାପିତ କରିବା ପାଇଁ ଅର୍ବିଟ କନେକ୍ଟକୁ ଅନୁମତି ମିଳିଛି । ତେବେ ଏହି ସେବା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ ବିଭାଗର ଅନୁମୋଦନ ନେବା ଆବଶ୍ୟକ । ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ମଧ୍ୟ ଏଥିପାଇଁ ଅନୁମତି ଲୋଡ଼ିଥିବାରୁ ସାଟେଲାଇଟ ଯୋଗାଯୋଗ ସେବା କ୍ଷେତ୍ରରେ ଜିଓଙ୍କୁ ଏହି ଅନୁମତି ଦିଆଯିବା ନିଶ୍ଚିତ ଭାବେ ଏକ ବଡ଼ ପଦକ୍ଷେପ ଅଟେ । ସାଟେଲାଇଟ୍ ଇଣ୍ଟରନେଟ ମାଧ୍ୟମରେ ଗ୍ରାମାଞ୍ଚଳକୁ ସଂଯୋଗ କରିବା ନେଇ ବିଶ୍ୱସ୍ତରରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆମାଜନର କୁଇପର ଇନିସିଏଟିଭ୍ ୧୦ ବିଲିୟନ ଡଲାର ନିବେଶ ପାଇଁ ପ୍ଲାନ କରିଥିବା ବେଳେ ଷ୍ଟାରଲିଙ୍କ ନିକଟରେ ଶ୍ରୀଲଙ୍କାରେ ସେବା ଆରମ୍ଭ କରିବା ନେଇ ପ୍ରାଥମିକ ଅନୁମୋଦନ ପାଇ ସାରିଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post