ଭାରତରେ 5G ସବସ୍କ୍ରିପସନ୍ ୧୩୦ ମିଲିୟନରେ ପହଞ୍ଚିବ ବୋଲି ଆଶା ରହିଛି ଏବଂ ୨୦୨୯ ସୁଦ୍ଧା ୮୬୦ ମିଲିୟନକୁ ବୃଦ୍ଧି ପାଇବ ବୋଲି ଗୁରୁବାର ଦିନ ଏକ ନୂଆ ରିପୋର୍ଟରେ ଦର୍ଶାଯାଇଛି । ଏରିକ୍ସନ୍ ରିପୋର୍ଟ ଅନୁଯାୟୀ, ୨୦୨୯ ଶେଷ ସୁଦ୍ଧା 5G ସବସ୍କ୍ରିପସନ୍ ଭାରତରେ ମୋବାଇଲ୍ ସବସ୍କ୍ରିପସନର ୬୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଭାରତରେ ସାମାଜିକ ତଥା ଅର୍ଥନୈତିକ ସ୍ଥିତିକୁ ଅଗ୍ରଗତି କରିବାରେ ମୋବାଇଲ୍ ନେଟୱାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଦେଶକୁ ଡିଜିଟାଲ୍ ଭାବେ ଉନ୍ନତି କରିବାରେ ସରକାରଙ୍କ ସପୋର୍ଟ ମିଳୁଛି ବୋଲି ଏରିକ୍ସନ୍ ଇଣ୍ଡିଆର ମୁଖ୍ୟ ନିତିନ ବଂସଲ କହିଛନ୍ତି ।କନେକ୍ଟିଭିଟି ବଢାଇବା ଏବଂ ଡାଟା ବଢ଼ାଇବାରେ 4G ଦେଶରେ ମୁଖ୍ୟ ସବସ୍କ୍ରିପସନ୍ ହୋଇଛି । ଯଦିଓ ଗ୍ରାହକମାନେ 5G କୁ ଆପଣାଉଛନ୍ତି କିନ୍ତୁ 4G ସବସ୍କ୍ରିପସନ୍ ୨୦୨୩ ରେ ୮୭୦ ମିଲିୟନରୁ ୨୦୨୯ ସୁଦ୍ଧା ୩୯୦ ମିଲିୟନକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।
Trending
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
Prev Post
Next Post