ଭାରତରେ ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚ କରିବ
ଅଗଷ୍ଟ ୨୭ରେ ଭାରତରେ ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚ କରିବ ।ଏନେଇ ଭିଭୋ ଇଣ୍ଡିଆ ୱେବସାଇଟରେ କମ୍ପାନୀ ପକ୍ଷରୁ ଏକ ମାଇକ୍ରୋସାଇଟ ପ୍ରସ୍ତୁତ କରାଯାଇ ସେଠାରେ ଏହି ହ୍ୟାଣ୍ଡସେଟର କିଛି ଫିଚର୍ସ ବିଷୟରେ କୁହାଯାଇଛି । କମ୍ପାନୀ ଏହାର ଡିଜାଇନ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି । ଏଥିରେ ବ୍ଲାକ ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ଓ କବର୍ଡ ଡିସପ୍ଲେ ମିଳିବ । ଏଥିସହିତ ଏଥିରେ ୱିଗନ ଲେଦରର ବ୍ୟବହାର କରାଯାଇଛି । ଭିଭୋ ଟି୩ ପ୍ରୋ ୫ଜିର ଲଞ୍ଚ ଇଭେଣ୍ଟର ଲାଇଭ୍ ଷ୍ଟ୍ରିମିଂ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କରାଯିବ । ଏହି ମୋବାଇଲ ଫ୍ଲିପକର୍ଟରେ ସେଲ ପାଇଁ ଆସିବ । ତେବେ ଏହି ଫୋନର ଦାମ୍ ନେଇ ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ ।