ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଇତିମଧ୍ୟରେ ପୂର୍ବତଟ ରେଳପଥକୁ ଆଉ ଏକ ସଫଳତା ମିଳିଛି । ୨ କିଲୋମିଟରର ଲମ୍ବା ଟନେଲ କାର୍ଯ୍ୟକୁ ସୁରୁଖୁରୁରେ ସମାପ୍ତ କରି ପାରିଛି ପୂର୍ବତଟ ରେଳପଥ । ବୌଦ୍ଧ ଜିଲ୍ଲାର ଚାରିଛକ ଓ ପୁରୁଣାକଟକ ମଧ୍ୟରେ ଏହି ଟନେଲ ନିର୍ମିତ ହୋଇଛି । ପ୍ରାୟ ୧୯୭୫ ମିଟଟର ଲମ୍ବା ଟନେଲ ନିର୍ମାଣ ହେବା ଫଳରେ ସେ ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ହୋଇ ପାରିବ ଓ ଏହା ଅଞ୍ଚଳବାସୀଙ୍କ ଦୁଃଖ ଦୂର କରିବାରେ ସହାୟ ହେବ ବୋଲି ପୂର୍ବତଟ ରେଳପଥ କହିଛି । ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର କାର୍ଯ୍ୟକୁ ସମୀକ୍ଷା କରୁଛନ୍ତି । ଓଡିଶାରେ କାର୍ଯ୍ୟ ହେଉଥିବା ଅନ୍ୟ ପ୍ରକଳ୍ପ ଉପରେ ମଧ୍ୟ ତାଙ୍କର ନଜର ରହିଛି । ବିଶେଷକରି ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ତ୍ୱାରାନ୍ୱିତ ଭାବରେ କାର୍ଯ୍ୟ କରିବା ଦିଗରେ ସେ ଅଗ୍ରସର ଅଛନ୍ତି । ସେଥିପାଇଁ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟ ସହ ସମନ୍ୱୟ ରଖି ଉପୁଜୁଥିବା ସମସ୍ୟା ଉପରେ ଧ୍ୟାନ ଦେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ନିଜେ ସ୍ଥିତିର ସମୀକ୍ଷା କରିବା ସହ ପରାମର୍ଶ ଦେଉଛନ୍ତି ।ପ୍ରକାଶଥାଉ ଯେ, ଖୋର୍ଦ୍ଧା- ବଲାଙ୍ଗୀର ପ୍ରକଳ୍ପର ୩୦୧ କିଲୋମିଟର ମଧ୍ୟରୁ ପ୍ରାୟ ୧୮୩ କିଲୋମିଟର ରେଳଲାଇନ କାର୍ଯ୍ୟକ୍ଷମ ହୋଇ ସାରିଛି । ବର୍ତ୍ତମାନସୁଦ୍ଧା ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ଯାଏଁ ୧୦୬ କିଲୋମିଟ ଓ ବଲାଙ୍ଗୀରରୁ ଝାରମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୭୭ କିଲୋମିଟରର କାମ ସରିଛି । ଏହାବାଦ ଝାରମୁଣ୍ଡାରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାୟ ୧୬.୨୭ କିଲୋମିଟର କାମ ମଧ୍ୟ ଶେଷ ହୋଇଛି ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post