ଭାରତକୁ ଇସ୍ରାଏଲରୁ ମିଳିଲା ସେମିକଣ୍ଡକ୍ଟର 

ବଡ଼ ସଫଳତା

ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବଡ଼ ସଫଳତା ମିଳିଛି । ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱାର ଦେଶରେ ୮ ଆରବ ଡଲାରର ନିବେଶରେ ପ୍ଲାଣ୍ଟ ନିର୍ମାଣ କାରିବାକୁ ପ୍ରସ୍ତାବ ଦେଇଛି । ଯଦି ଏହି ପ୍ଲାଣ୍ଟକୁ ନିର୍ମାଣରେ ସଫଳତା ମିଳୁଛି ତେବେ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବହୁ ସମୟରୁ ଦେଶରେ ସେମିକଣ୍ଡକ୍ଟର ମ୍ୟାନ୍ୟୁଫାକେ୍‌ଚରିଙ୍ଗକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ସରକାର ଡିସେମ୍ବର ୨୦୨୧ ରେ ୧୦ ଆରବ ଡଲାର ସ୍କିମର ମଧ୍ୟ ଘୋଷଣା କରିଥିଲେ ।ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କମ୍ପାନୀ ଟାୱାର ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ଲଗାଇବାରେ ଉତ୍ସାହ ଦେଖାଇଛି । କମ୍ପାନୀ ଭାରତ ସରକାରଙ୍କୁ ୮ ଆରବ ଡଲାରର ପ୍ରସ୍ତାବ ମଧ୍ୟ ଦେଇଛି । ଏଥିପାଇଁ କମ୍ପାନୀ ସରକାରଙ୍କ ଠାରୁ ଇନସେଟିଭର ଡିମାଣ୍ଡ କରିଛି । ପ୍ରସ୍ତାବ ମୁତାବକ ଟାୱାର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ ପ୍ରସ୍ତୁତ କରିବ ।