ବିଶ୍ୱର ପ୍ରଥମ ୬G ଡିଭାଇସ୍
ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି ପ୍ରୋଟୋଟାଇପ୍ ଡିଭାଇସ୍ ସାମ୍ନାକୁ ଆଣିଛି ।ଏହି ଡିଭାଇସ୍ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ୍ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ଏବେଥିବା ୫ଜି ସ୍ରୋସେସରଠାରୁ ୨୦ ଗୁଣ ଅଧିକ । ଯଦି ଆମେ ସାମଗ୍ରିକ ଗତିକୁ ଦେଖିବା, ଏହା ୫ଜି ଫୋନର ଗତିଠାରୁ ୫୦୦ ଗୁଣ ଅଧିକ ସ୍ପିଡ୍ ।ସୂଚନା ଅନୁଯାୟୀ, ଜାପାନ ଦ୍ୱାରା ପ୍ରସ୍ତୁତ ଏହି ଡିଭାଇସ୍ ଭାଗିଦାରୀ ଅଧୀନରେ କିଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିରେ DOCOMO, NTT Corporation, NEC Corporation ଏବଂ Fujitsuର ନାମ ସାମିଲ । ଗୋଟିଏ ଡିଭାଇସରେ ୬ଜି ପରୀକ୍ଷା କରାଯାଇଛି । ଏହା ଏପର୍ଯ୍ୟନ୍ତ ବ୍ୟବସାୟିକ ଭାବରେ ପରୀକ୍ଷଣ ହୋଇନାହିଁ । ଉପଭୋକ୍ତାମାନେ ୬ଜି ରେ ବହୁତ ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍ ପାଇବାକୁ ଯାଉଛନ୍ତି ।