ବିଶ୍ୱରେ ନମ୍ବର-୧ ହେଲା NVIDIA
ଚଳିତ ମାସରେ ପ୍ରଥମ ଥର ପାଇଁ ୩ ଟ୍ରିଲିୟନ ଡଲାରର ଏମକ୍ୟାପ୍ କ୍ଲବରେ ପ୍ରବେଶ କରିଥିବା କମ୍ପାନୀ ଏବେ ଆପଲ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀକୁ ପଛରେ ପକାଇଦେଇଛି । ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ nVIDIAର ସେୟାର ୩.୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଉପରେ କମ୍ପାନୀର ମାର୍କେଟ କ୍ୟାପ ୩.୩୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହା ବିଶ୍ୱର ଯେକୌଣସି ତାଲିକାଭୁକ୍ତ କମ୍ପାନୀ ତୁଳନାରେ ସର୍ବାଧିକ ।ଏହା ମଧ୍ୟ କୁହାଯାଇପାରେ ଯେ nVIDIA ବର୍ତ୍ତମାନ ବିଶ୍ୱର ସବୁଠାରୁ ମୂଲ୍ୟବାନ ପବ୍ଲିକ ଲିଷ୍ଟ କମ୍ପାନୀ । ଚଳିତ ବର୍ଷ, ବର୍ତ୍ତମାନ ସୁଦ୍ଧା nVIDIAର ଷ୍ଟକ୍ ୧୭୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଅକ୍ଟୋବର ୨୦୨୨ଠାରୁ nVIDIAର ଷ୍ଟକ ପ୍ରାୟ ୧୧୦୦ ପ୍ରତିଶତ ବୃଦ୍ଧି ପାଇଛି