ବାଇକର ଲାଗିଥିବା ଏହି ନାଲି ସୁଇଚକୁ କିଲ୍ ସୁଇଚ୍ କୁହାଯାଏ । ଏହି ସୁଇଚଟି ଏକ ଇମର୍ଜେନ୍ସି ସୁଇଚ୍ । ବାଇକର ଇଞ୍ଜିନକୁ ହଠାତ ବନ୍ଦ କରିବାକୁ ଚାହୁଁଥିଲେ ଏହି କିଲ୍ ସୁଇଚ୍ ବ୍ୟବହାର କରିବାକୁ ପଡିଥାଏ । ଚାବିରେ ହଠାତ ବନ୍ଦ କରିଦେବା ଗାଡି ଇଞ୍ଜିନ ଉପରେ ଖରାପ ପ୍ରଭାବ ପକାଇଥାଏ ମାତ୍ର କିଲ୍ ସୁଇଚ୍ ସମାନ କାମ କରୁଥିଲେ ମଧ୍ୟ ଏହା ଇଞ୍ଜିନର କାର୍ଯ୍ୟକାରିତାକୁ ପ୍ରଭାବିତ କରିନଥାଏ ।ନୂଆ କରି ଗାଡି ଶିଖୁଥିବା ଚାଳକଙ୍କ ପାଇଁ ଏହା ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହି ସୁଇଚର ନାମ ପରି ଏହାର କାମ ମଧ୍ୟ ସମାନ । ଏହା ଇଞ୍ଜିନର ସମସ୍ତ ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବାରେ ସମର୍ଥ ହୋଇଥାଏ । ତେବେ ଏହାର ନିୟମିତ ବ୍ୟବହାର ଦୀର୍ଘସ୍ଥାୟୀ ଭାବରେ ଇଞ୍ଜିନ ଉପରେ ପ୍ରଭାବ ପକାଇପାରେ । ତେବେ ତୁରନ୍ତ ସେଭଳି କିଛି କ୍ଷତି ଘଟିବାର ସମ୍ଭାବନା କମ ରହିଥାଏ ।ଏହି ସୁଇଚର ବ୍ୟବହାର ପୂର୍ବରୁ ଏହା ସମ୍ପର୍କରେ କିଛି ଜିନିଷ ଜାଣି ନେବା ଆବଶ୍ୟକ । ଷ୍ଟାର୍ଟ କରିବା ପୂର୍ବରୁ ସର୍ବଦା ଏହାକୁ ତାର ପୂର୍ବ ସ୍ଥିତିରେ ରଖନ୍ତୁ । ନିଜର ବୁଢା ଆଙ୍ଗୁଳି ସାହାଯ୍ୟରେ ଏହାକୁ ଦବାନ୍ତୁ ଅଧିକ ଚାପ ପ୍ରୟୋଗ କଲେ ଏହା ଭାଙ୍ଗିବାର ସମ୍ଭାବନା ରହିଥାଏ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post