ଦୀର୍ଘ ବର୍ଷ ଧରି ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଆପଣ ନିଶ୍ଚିତ ଦେଖିଥିବେ ଯେ ମାର୍କେଟରେ ଉପଲବ୍ଧ ଥିବା ଅଧିକାଂଶ ସ୍ମାର୍ଟଫୋନର ରିୟର କ୍ୟାମେରା ଲେଫ୍ଟ ସାଇଡରେ ଥାଏ । ଯେତେବେଳେ ଆପଣ ଏହାକୁ ପଛରୁ ଦେଖନ୍ତି, ଆପଣ କେବଳ ଲେଫ୍ଟ ସାଇଡରେ କ୍ୟାମେରା ଦେଖିପାରିବେ । ଏପରି ପରିସ୍ଥିତିରେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଯେ ଏହି କ୍ୟାମେରା ରାଇଟ ସାଇଡରେ କାହିଁକି ଦିଆଯାଇନି, ଅଧିକାଂଶ କମ୍ପାନୀ କାହିଁକି କେବଳ ଲେଫ୍ଟ ସାଇଡରେ କ୍ୟାମେରା ଦେଇଥାନ୍ତି । ଏହା ପଛରେ ଏକ ବଡ଼ କାରଣ ରହିଛି । ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀଗୁଡିକ ଏହା ବିଷୟରେ ଭଲ ଭାବରେ ଜାଣିଛନ୍ତି ଏଥିପାଇଁ ନିର୍ଦ୍ଦିଷ୍ଟ ଡାଇରେକ୍ସନରେ କ୍ୟାମେରା ସେଟଅପ୍ କରାଯାଇଥାଏ । ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ଜଣାଇବୁ । ମୋବାଇଲ ଫୋନ କ୍ୟାମେରାକୁ ଲେଫ୍ଟ ସାଇଡରେ ଲଗାଇବାର କିଛି ମୁଖ୍ୟ କାରଣ ରହିଛି । ବାମ ହାତରେ ଫୋନକୁ ଧରିବା ସହଜ ହୋଇଥାଏ ଏବଂ କ୍ୟାମେରା ବ୍ୟବହାର କରିବାରେ ସୁବିଧା ଯୋଗାଇବା ପାଇଁ କ୍ୟାମେରାକୁ ଲେଫ୍ଟ ସାଇଡରେ ରଖାଯାଇଥାଏ ଏହା ମଧ୍ୟ ଏକ ବଡ଼ କାରଣ । ଭିଡିଓ କଲିଂ ଏବଂ ସେଲଫି ନେବା ପାଇଁ ସ୍ମାର୍ଟଫୋନ୍ ୟୁଜରମାନେ ସାଧାରଣତଃ ଫୋନର କ୍ୟାମେରା ବ୍ୟବହାର କରନ୍ତି । ଏହାଦ୍ୱାରା ୟୁଜରମାନଙ୍କୁ ଅଧିକ ସୁବିଧା ମିଳିଥାଏ, ସେମାନେ ଯେତେବେଳେ ଲେଫ୍ଟ ସାଇଡ କ୍ୟାମେରା ବ୍ୟବହାର କରନ୍ତି ।କିଛି ସ୍ମାର୍ଟଫୋନ୍ ମଡେଲ୍ ବିଭିନ୍ନ ଫଟୋଗ୍ରାଫି ମୋଡ୍, ଫିଲ୍ଟର୍, ଇଫେକ୍ଟ ଏବଂ ଫିଚର ଦେଇଥାଏ ଯାହା ୟୁଜରମାନଙ୍କୁ ଭଲ ଫଟୋ ଏବଂ ଭିଡିଓ ତିଆରି କରିବାରେ ସାହାଯ୍ୟ କରେ । ଏହି ମୋଡ୍ର ବ୍ୟବହାର କରିବା ସମୟରେ ଲେଫ୍ଟ ସାଇଡରେ ଥିବା କ୍ୟାମେରାର ଉପସ୍ଥିତି ୟୁଜରଙ୍କୁ ସୁବିଧା ଦେଇଥାଏ ।ଫୋନର ଡିଜାଇନ୍ ଏବଂ ଟେକନିକ୍ ସମ୍ବନ୍ଧୀୟ କାରଣ ପାଇଁ କ୍ୟାମେରାକୁ ଲେଫ୍ଟ ସାଇଡରେ ଇନଷ୍ଟଲ୍ କରାଯାଇଛି । ଏହା ଦ୍ୱାରା ୟୁଜରଙ୍କୁ ଆହୁରି ଉନ୍ନତ ଟେକ୍ନୋଲୋଜି ଏବଂ ଫିଚର ପ୍ରଦାନ କରାଯାଇପାରିବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post