ପେଟିଏମ୍ର କ୍ଷତି
ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହୋଇଥିବା ପେଟିଏମ୍ କ୍ଷତିରେ ଚାଲୁଛି। ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ କମ୍ପାନି ୫୫୦ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ କମ୍ପାନିର ରାଜସ୍ବ ୯୯୭୮ କୋଟି ଟଙ୍କା ହୋଇଥିବା ବେଳେ କ୍ଷତି ୧୪୪୨ କୋଟି ଟଙ୍କା ରହିଛି। କାରବାର ପ୍ରଭାବିତ ହୋଇଥିବାରୁ ପେଟିଏମ୍ରେ ଛଟେଇ ଆଶଙ୍କା ସୃଷ୍ଟି ହୋଇଛି। ପେଟିଏମ୍ର ମୁଖ୍ୟ ବିଜୟ ଶେଖର ଶର୍ମା କହିଛନ୍ତି ଯେ ୱାଲେଟ୍ କାରବାର ସହିତ ଅନ୍ୟ କିଛି ପେମେଣ୍ଟ ଓ ଋଣ ଉତ୍ପାଦ ବନ୍ଦ ରହିଥିବା କାରଣରୁ ତାହା କମ୍ପାନିର ରାଜସ୍ବ ଓ ଲାଭକୁ ପ୍ରଭାବିତ କରିବ।