ପେଟିଏମକୁ ମିଳିଲା ବଡ଼ ଝଟକା

ପେଟିଏମକୁ ମିଳିଲା ବଡ଼ ଝଟକା । RBI ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ Paytm ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଉପରେ RBI କଟକଣା ଜାରି କହିଛି ଯେ, ଆଉ ପେଟିଏମ୍‌ରେ ନୂଆ ଗ୍ରାହକ ଯୋଡ଼ି ହୋଇ ପାରିବେନି ।RBIର ଗାଇଡ୍‌ଲାଇନ୍‌ ଅନୁସାରେ ଆଉ ପେଟିଏମରେ ଟଙ୍କା ଡିପୋଜିଟ୍‌ କରିପାରିବେ ନାହିଁ ୟୁଜର୍ସ । ପେଟିଏମର ୱାଲେଟ୍‌ ଓ ଫାଷ୍ଟଟାଗ ମଧ୍ୟ କାମ କରିବ ନାହିଁ । ଖାଲି ସେତିକି ନୁହେଁ ପ୍ରିପେଡ, NCMC କାର୍ଡ ଉପରେ ବି ଲାଗୁ ହେବ କଟକଣା ।ଅଡିଟ ରିପୋର୍ଟରେ ତାଳମେଳ ନଥିବାରୁ RBI ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ Paytm ରେ ଥିବା ୱାଲେଟ୍‌ ଟଙ୍କା ଶେଷ ହେବା ଯାଏଁ ଏହା ବ୍ୟବହାର କରିହେବ । ଦୀର୍ଘ ଦିନ ଧରି ନେଣଦେଣ ଓ ଆକାଉଣ୍ଟ୍‌ଧାରୀଙ୍କ ବିସ୍ତୃତ ସୂଚନାକୁ ନେଇ ବିବାଦରେ ରହି ଆସୁଥିଲା Paytm ।