ସ୍ମାର୍ଟ ଫୋନ୍ ସହ ନୂଆ କରି ବଜାର ପ୍ରବେଶ କରିଥିବା ୟୁନାଇଟେଡ୍ କିଙ୍ଗଡମ୍ର ‘ନଥିଂ ଫୋନ୍’ କମ୍ପାନି ଆଗାମୀ ୫ ତାରିଖରେ ତାହାର ତୃତୀୟ ଫୋନ୍ ‘ନଥିଂ ଫୋନ୍-୨ଏ’ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିଛି। ଅନ୍ୟତମ ଫୋନ୍ କମ୍ପାନି ‘ଵାନ୍ପ୍ଲସ୍’ର ସହପ୍ରତିଷ୍ଠାତା କାର୍ଲ ପେଇଙ୍କ ଦ୍ବାରା ପରିଚାଳିତ ନଥିଂ ଫୋନ୍ର ଏହି ନୂଆ ସଂସ୍କରଣକୁ ଉପଭୋକ୍ତାମାନେ ଇ-ମାର୍କେଟ୍ ଫ୍ଲିପ୍କାର୍ଟ ମାଧ୍ୟମରେ ପାଇପାରିବେ ବୋଲି ଜଣାଯାଇଛି। ତେବେ ଏହାର ଟିକିନିଖି ବୈଶିଷ୍ଟ୍ୟ ବାବଦରେ କିଛି ସ୍ପଷ୍ଟ କରାଯାଇନଥିଲେ ହେଁ ପୂର୍ବରୁ ଏହି ଫୋନ୍ର କିଛି ବିଶେଷତ୍ବ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇସାରିଛି। ସେହି ସୂଚନାନୁସାରେ, ଏହା ‘ଆଣ୍ଡ୍ରଏଡ୍-୧୪’ ଅପରେଟିଙ୍ଗ ସିଷ୍ଟମ୍ ଦ୍ବାରା ପରିଚାଳିତ। ଏଥିରେ ‘ମିଡିଆଟେକ୍ ଡିମେନ୍ସିଟି ୭୨୦୦’ ଚିପ୍ ଖଞ୍ଜାଯାଇଛି। ଏହାର ୬.୭ ଇଞ୍ଚର ଫୁଲ୍ ଏଚ୍ଡି (୧,୦୮୪ x ୨,୪୧୨ ପିକ୍ସେଲ) ବିଶିଷ୍ଟ ଆମୋଲେଡ୍ ପରଦାଟି ୧୨୦ ହର୍ଜର ରିଫ୍ରେସ୍ ରେଟ୍ରେ କାମ କରିବାକୁ ସକ୍ଷମ। ଏଥି ସହିତ ଏଥିରେ ଖଚିତ ୫୦ ମେଗାପିକ୍ସେଲ୍ର ଡୁଆଲ୍ କ୍ୟାମେରା ଚିତ୍ରୋତ୍ତୋଳନର ଅନୁଭବକୁ ଅକ୍ଷୁଣ୍ଣ ରଖିବ ବୋଲି କୁହାଯାଇଛି। ସର୍ବୋପରି କମ୍ପାନି ତାହାର ପୂର୍ବ ଫୋନ୍ ‘ନଥିଂ ଫୋନ୍-୨’ ତୁଳନାରେ ଏଥର ଅପେକ୍ଷାକୃତ ଶସ୍ତା ସଂସ୍କରଣ ଛାଡୁଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଏହି ନୂତନ ଫୋନ୍ର ବଜାର ପ୍ରବେଶ ପାଇଁ ଆହୁରି ପ୍ରାୟ ତିନି ସପ୍ତାହ ବାକିଥିବାରୁ ଏହାରି ଭିତରେ କମ୍ପାନି ପକ୍ଷରୁ ଫୋନ୍ ସମ୍ପର୍କିତ ସବିଶେଷ ବିବରଣୀ ଆସିପାରିବ ବୋଲି ଆଶା କରାଯାଉଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post