୨୦୧୨ ମସିହା ‘୨ଜି ସ୍ପେକ୍ଟ୍ରମ’ ଆବଣ୍ଟନ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସଂଶୋଧନ ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଉକ୍ତ ରାୟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ନିଲାମ ଜରିଆରେ ସ୍ପେକ୍ଟ୍ରମ ସମ୍ବଳର ଆବଣ୍ଟନ କରାଯିବ। ୨୦୧୨ ରାୟରେ ମଧ୍ୟ ସୁପ୍ରିମକୋର୍ଟ ଉପା ସରକାରଙ୍କ ଅମଳରେ ବିଭିନ୍ନ କମ୍ପାନିକୁ ପୂର୍ବରୁ ପ୍ରଦାନ କରାଯାଇଥିବା ୨ଜି ସ୍ପେକ୍ଟ୍ରମକୁ ବାତିଲ କରି ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ପ୍ରାକୃତିକ ସମ୍ବଳର ହସ୍ତାନ୍ତର ବା ପୃଥକୀକରଣ କରାଯିବା ସମୟରେ ସରକାର ନିଲାମ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ। ଏଥିପାଇଁ ବ୍ୟାପକ ପ୍ରସାର କରାଯିବ ଯାହାଦ୍ବାରା ସମସ୍ତ ଯୋଗ୍ୟ ବ୍ୟକ୍ତି ଏଥିରେ ଭାଗ ନେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟରେ ସଂଶୋଧନ କରିବାକୁ କେନ୍ଦ୍ର ସରକାର ଏବେ ଯୁକ୍ତି ରଖିଛନ୍ତି ଯେ ଯଦି “ସରକାରୀ କାର୍ଯ୍ୟ କିମ୍ବା ଜନସ୍ୱାର୍ଥ” ପାଇଁ ସ୍ପେକ୍ଟ୍ରମ ଉଦ୍ଦିଷ୍ଟ ତାହା ପ୍ରଶାସନିକ ପ୍ରକ୍ରିୟା ମାଧ୍ୟମରେ ପ୍ରଦାନ କରାଯାଇପାରିବ। ସେହିଭଳି ଯଦି ବୈଷୟିକ କିମ୍ବା ଅର୍ଥନୈତିକ କାରଣରୁ ନିଲାମକୁ ପସନ୍ଦ କରାଯାଇ ପାରିବ ନାହିଁ ତାହେଲେ ତାହାକୁ ପ୍ରଶାସନିକ ଉପାୟରେ ଆବଣ୍ଟନ କରାଯିବ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post