ଗୁଗୁଲ ମିଟରେ ଆସିଲା କମାଲ ଫିଚର

ଆଜିକାଲି ଗୁଗୁଲ ମିଟରେ ଘରେ କାମ କରୁଥିବା ସମସ୍ତ କର୍ମକର୍ତ୍ତା ଏବଂ ସ୍କୁଲ-କଲେଜର ଷ୍ଟୁଡେଣ୍ଟସଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ଏହି ଆପ ଜରିଆରେ ଦେଶ-ଦୁନିଆର କୋଣ ଅନୁକୋଣରେ ଘରେ ବସି ସହଜରେ ଭିଡିଓ ଏବଂ ଅଡିଓ କଲ ଜରିଆରେ ଲୋକେ ଯୋଗାଯୋଗ କରିପାରୁଛନ୍ତି । ଗୁଗୁଲ ଏହି ଆପରେ ଏକ ନୂଆ ଫିଚର ଯୋଡିଛି । ଏହି ଫିଚର ମାଧ୍ୟମରେ ଜଣେ ୟୁଜର୍ସ ଗୁଗୁଲ ମିଟରେ ଥିବା ବେଳେ ବିନା ଡିସକନେକ୍ଟ କରି ଅନ୍ୟ ଡିଭାଇସରେ ଟ୍ରାନ୍ସଫର କରିପାରିବେ ।ଅର୍ଥାତ ଗୁଗୁଲ ମିଟରେ ଏହି ଅପଡେଟ ପରେ ୟୁଜର୍ସ କୌଣସି ମଧ୍ୟ ଲାଇଭ ମିଟିଙ୍ଗ ସମୟରେ ଏହି କଲ ନ କାଟି ଅନ୍ୟ ଡିଭାଇସରେ ଶିଫ୍ଟ କରିପାରିବେ । ଏହା ଏକ ଆବଶ୍ୟକୀୟ ଫିଚର, ଯାହାର ଆବଶ୍ୟକତା ଅନେକ ୟୁଜର୍ସଙ୍କୁ ଆବଶ୍ୟକ ଥିଲା ।ଯେତେବେଳେ କୌଣସି ୟୁଜର୍ସ ନିଜ ଲ୍ୟାପଟପରେ ଗୁ୍ଗୁଲ ମିଟ ଦ୍ୱାରା ମିଟିଙ୍ଗରେ ଜଏନ କରେ, ଏବଂ ସେହି ସମୟରେ ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ଯିବାର ଅଛି ଏବଂ ସେ ନିଜ ଗୁଗୁଲ ମିଟିଂକୁ ମୋବାଇଲରେ ଜଏନ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଲ୍ୟାପଟପରୁ ବନ୍ଦ କରି ଫୋନରେ ଆଉଥରେ ଜଏନ କରିବାକୁ ପଡୁଥିଲା । ହେଲେ ବର୍ତ୍ତମାନ ତାହା କରିବାକୁ ପଡିବ ନାହିଁ । ୟୁଜର୍ସ ଖୁବ ସହଜରେ ଅନ୍ୟ ଡିଭାଇସରେ ଜଏନ କରିପାରିବେ ।