ଗୁଗଲ ଭାରତୀୟ ଗ୍ରାହକଙ୍କ ପାଇଁ ଏପରି ଏକ ସିଷ୍ଟମ ଲଞ୍ଚ କରିଛି, ଯାହା ସାହାଯ୍ୟରେ ଯଦି ଭୂକମ୍ପର କମ୍ପନ ଅନୁଭବ ହୁଏ ତେବେ ଫୋନ୍ ୟୁଜରଙ୍କୁ ଏହା ବିଷୟରେ ପୂର୍ବରୁ ସୂଚନା ମିଳିଯିବ । ଗୁଗଲର ଏହି ଫିଚର (ଆଣ୍ଡ୍ରଏଡ୍ ଆର୍ଥକ୍ବେକ୍ ଆଲର୍ଟ ସିଷ୍ଟମ୍) ଭାରତ ବାହାରେ ଥିବା ଅନ୍ୟ ଦେଶରେ ପୂର୍ବରୁ ମିଳୁଛି । ଗୁଗଲର ଏହି ଫିଚର ନ୍ୟାସନାଲ ଡିଜାଷ୍ଟର ମାନେଜମେଣ୍ଟ ଅଥୋରିଟି (NDMA) ଏବଂ ନ୍ୟାସନାଲ ସେସିମୋଲୋଜି ସେଣ୍ଟର (NSC)ସହିତ ପରାମର୍ଶ କରିବା ପରେ ଭାରତରେ ଅଣାଯାଉଛି । ଗୁଗଲର ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍ ସହିତ ୟୁଜରଙ୍କର ଫୋନ୍ ଏକ ଭୂକମ୍ପ ଡିଟେକ୍ଟରରେ ବଦଳି ଯିବ ।କମ୍ପାନୀ କହିଛି ଯେ ଯେତେବେଳେ ଆପଣଙ୍କ ଫୋନ୍ ଚାର୍ଜ ହେଉଥିବ ଏବଂ ହଲୁ ନଥିବ ଏହା ଭୂକମ୍ପର ପ୍ରଥମ ସଙ୍କେତକୁ ଅନୁଭବ କରିପାରିବ । ଆସନ୍ତା ସପ୍ତାହରୁ ଗୁଗଲର ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍ ବ୍ୟବହାର କରାଯାଇପାରିବ । ଫୋନରେ ଭୂକମ୍ପ ଆଲର୍ଟ ପାଇବା ପାଇଁ ଇଣ୍ଟରନେଟ୍ କନେକ୍ସନ ଆବଶ୍ୟକ ହୋଇଥାଏ । ଏହା ବ୍ୟତୀତ ଫୋନରେ ଲୋକେସନ ସେଟିଂ ମଧ୍ୟ ଯାଞ୍ଚ କରିବାକୁ ପଡିଥାଏ । Earthquake alerts କୁ ଟର୍ନ ଅନ କରିବା ପରେ ଏହି ସୁବିଧାର ବ୍ୟବହାର କରାଯାଇପାରିବ ।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
Prev Post
Next Post