ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା Nothing ବର୍ତ୍ତମାନ ସୁଦ୍ଧା ୨ ଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କିଛି ସମୟ ପୂର୍ବରୁ କମ୍ପାନୀ ଏହାର ସବ୍ ବ୍ରାଣ୍ଡ CMF By Nothing ଲଞ୍ଚ କରିଥିଲା । ଖୁବ୍ ଶୀଘ୍ର କମ୍ପାନୀ ଏହି ବ୍ରାଣ୍ଡର କିଛି ପ୍ରଡକ୍ଟ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହି ସମସ୍ତ ପ୍ରଡକ୍ଟ ୨୬ ସେପ୍ଟେମ୍ବର ଅପରାହ୍ନ ୨.୩୦ରେ ଲଞ୍ଚ ହେବ ବୋଲି ସୂଚନା ମିଳିଛି । ଏହି ବ୍ରାଣ୍ଡ ଜରିଆରେ କମ୍ପାନୀ ଏହାର ଷ୍ଟାଇଲିଶ୍ ପ୍ରଡକ୍ଟକୁ କମ୍ ମୂଲ୍ୟରେ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛି । କିଛି ସମୟ ପୂର୍ବରୁ ସ୍ମାର୍ଟ ୱାଚ୍ ଏବଂ TWS ବଡ୍ସ ଲଞ୍ଚ କରିବାକୁ Nothing କମ୍ପାନୀ ସୂଚନା ଦେଇଥିଲା, ଯାହା କମ୍ପାନୀ ବର୍ତ୍ତମାନ ସବ୍ ବ୍ରାଣ୍ଡ ଅଧୀନରେ ଲଞ୍ଚ କରିବ ବୋଲି ଜଣା ପଡ଼ିଛି ।CMF ବ୍ରାଣ୍ଡ ଦ୍ୱାରା Nothing ପକେଟ ଫ୍ରେଣ୍ଡଲି ପ୍ରଡକ୍ଟଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଟାର୍ଗେଟ ରଖିଛି । ଆପଣ ଫ୍ଲିପକାର୍ଟ ଏବଂ ମିନ୍ତ୍ରା ଭଳି ଅନଲାଇନ୍ ପ୍ଲାଟଫର୍ମ ତଥା ରିିଟେଲ ସେଲରୁ ମଧ୍ୟ କିଣି ପାରିବେ । ବର୍ତ୍ତମାନ ସୁଦ୍ଧା କମ୍ପାନୀ ତରଫରୁ କୌଣସି ପ୍ରକାର ସୂଚନା ସେୟାର କରାଯାଇ ନାହିଁ । କିନ୍ତୁ ଜଣେ ଲିକଷ୍ଟର୍ ଟ୍ଵିଟରରେ ନୂଆ ପ୍ରଡକ୍ଟ ବିଷୟରେ ସୂଚନା ସେୟାର କରିଛନ୍ତି ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post
Next Post