କେନ୍ଦ୍ର ସରକାର ଏହି କର୍ମଚାରୀମାନଙ୍କୁ ଦେବେ ଉପହାର, ଶୀଘ୍ର ବଢ଼ିବ ଦରମା

କେନ୍ଦ୍ର ସରକାର ଏହି କର୍ମଚାରୀମାନଙ୍କୁ ଦେବେ ଉପହାର, ଶୀଘ୍ର ବଢ଼ିବ ଦରମା

ମେଟ୍ରୋ ଟିଭି ଓଡିଶା (୨୧.୪.୨୦୧୨)

 କେନ୍ଦ୍ର ସରକାରଙ୍କ ଲକ୍ଷାଧିକ କର୍ମଚାରୀଙ୍କୁ ନିକଟରେ ମହଙ୍ଗା ଭତ୍ତାର ଲାଭ ମିଳିଛି । ସପ୍ତମ ବେତନ ଆୟୋଗ ଅଧିନରେ ଆସୁଥିବା ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସରକାର ମହଙ୍ଗା ଭତ୍ତାକୁ ପ୍ରଥମରୁ ବୃଦ୍ଧି କରିସାରିଛନ୍ତି । ଅବଶ୍ୟ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କେନ୍ଦ୍ର କର୍ମଚାରୀମାନେ ଏହାର ଲାଭ ପାଇନାହାଁନ୍ତି । ଏହି କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଏବେ ପ୍ରସ୍ତୁତ ହେଉଛନ୍ତି ।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଅନୁସାରେ, ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୩ ପ୍ରତିଶତ ବୃଦ୍ଧି ପାଇପାରେ । ପଞ୍ଚମ ବେତନ ଆୟୋଗ ଅଧୀନରେ ଆସୁଥିବା କର୍ମଚାରୀମାନଙ୍କୁ ଏବେ ୩୬୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛିି । ଏହାକୁ ୧୩ ପ୍ରତିଶତ ବୃଦ୍ଧି କରି ୩୮୧ ପ୍ରତିଶତକୁ ବୃଦ୍ଧି କରିବାର ଯୋଜନା ରହିଛି । ସେହିଭଳି ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କର୍ମଚାରୀଙ୍କ ଡିଏକୁ ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ । ସେମାନଙ୍କର ଡିଏ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ୭ମ ବେତନ ଆୟୋଗର କର୍ମଚାରୀଙ୍କ ପରି ୫ମ ଓ ୬ଷ୍ଠ ବେତନ ଆୟୋଗର କର୍ମଚାରୀଙ୍କୁ ମହଙ୍ଗା ଭତ୍ତାର ଲାଭ ଜାନୁଆରୀ ୨୦୨୨ରୁ ହିଁ ମିଳିବ । ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଜାନୁଆରୀଠାରୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇପାରେ ।