ଟାଟା ଷ୍ଟିଲ୍ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍ଏଏମ୍ଡି) ପକ୍ଷରୁ ଏକ ନୂତନ ତଥା ଅତ୍ୟାଧୁନିକ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାବେଳେ ଏଫ୍ଏଏମ୍ଡିର ଫେରୋ କ୍ରୋମ୍ ରପ୍ତାନି କାର୍ଯ୍ୟରେ ବ୍ୟବହାର ପାଇଁ ଏହାକୁ ନିୟୋଜିତ କରାଯାଇଛି। ଏପରିକି କମ୍ପାନୀର କଣ୍ଟେନର ଫ୍ରେଟ୍ ଷ୍ଟେଶନ (ସିଏଫ୍ଏସ୍) ପାର୍ଟନର ଜରିଆରେ ଭାଇଜାଗ (ଆନ୍ଧ୍ରପ୍ରଦେଶ)ର ଭିପିଏଲ୍ କଣ୍ଟେନର ଫ୍ରେଟ୍ ଷ୍ଟେଶନରେ ଇ-ଫର୍କ ଲିଫ୍ଟ କାର୍ଯ୍ୟକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍ଏଏମ୍ଡି) ପଙ୍କଜ ସତିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଇଜାଗ୍ ପ୍ରୋଫାଇଲ୍ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଇ.ଶଙ୍କର ରାଓ, ଟାଟା ଷ୍ଟିଲ୍ ଲଜିଷ୍ଟିକ୍ସର (ଏଫ୍ଏଏମ୍ଡି) ମୁଖ୍ୟ ଅମିତ ଚୌବେ, ପୋର୍ଟ ଅପରେଶନ (ଯୋଗାଣ ଶୃଙ୍ଖଳା)ର ବରିଷ୍ଠ ଏରିଆ ମ୍ୟାନେଜର ସୁରେଶ ବାବୁ ରବିପତି ଏବଂ ଟାଟା ଷ୍ଟିଲ୍ର ଏରିଆ ମ୍ୟାନେଜର ଲଜିଷ୍ଟିକ୍ସ (ଏଫ୍ଜି) ସୌମ୍ୟ ବସୁ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଟାଟା ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍ଏଏମ୍ଡି) ପଙ୍କଜ ସତିଜା କହିଛନ୍ତି, ଆମେ ଆମର କାର୍ବନ ଫୁଟ୍ପ୍ରିଣ୍ଟକୁ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ପରିବେଶ ଅନୁକୂଳ କାର୍ଯ୍ୟ ପାଇଁ ସର୍ବଦା ପ୍ରୟାସ କରୁଛୁ। ଏପରିକି ଆମର ଫେରୋକ୍ରୋମ ରପ୍ତାନି ଅଭିଯାନରେ ଇଲେକ୍ଟ୍ରିକ୍ ରନ ଫର୍କ ଲିଫ୍ଟ ପ୍ରଚଳନ କରିଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ବିଶେଷକରି ଆମର ସିଏଫ୍ଏସ ପାର୍ଟନର ଏମ୍ଏସ୍ ଭିପିଏଲ୍କୁ ଧନ୍ୟବାଦ ଜଣାଉଛୁ, ଯାହା ଆମର ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବାରେ ଏହା ଆମକୁ ଆହୁରି ସାହାଯ୍ୟ କରିବ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post